ପାଟନା, ୧୭।୬: ପ୍ରଚଣ୍ଡ ଖରାରେ ଆଉଟୁ ପାଉଟୁ ହେଉଛି ବିହାର। ରବିବାର ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଭୀଷଣ ଗରମ ଯୋଗୁ ୧୧୨ ଜଣଙ୍କର ମୃତ୍ୟୁ ହୋଇଛି। ୩୦୦ରୁ ଅଧିକ ଲୋକ ଅଂଶୁଘାତର ଶିକାର ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିହାରର ଔରାଙ୍ଗବାଦ, ଗୟା, ନଓୱଦା ଜିଲ୍ଲାରେ ଗତକାଲି ତାପମାତ୍ରା ସବୁଠୁ ଅଧିକ ରହିଥିବା ଜଣାପଡ଼ିଛି। ଗତ ଦୁଇଦିନ ମଧ୍ୟରେ ଅଂଶୁଘାତରେ ୧୭୩ଜଣଙ୍କ ମୃତ୍ୟୁ ହେଲାଣି। କେବଳ ଗୟା ଜିଲାରେ ୨୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଭିତରେ ଅଧିକାଂଶ ଲୋକଙ୍କ ବୟସ ୬୦ରୁ ଅଧିକ ବୋଲି ଜଣାପଡିଛି।