Categories: ଜାତୀୟ

ବିହାରରେ ମହିଳା ଅସୁରକ୍ଷିତ: ରାବ୍ରି

ପାଟନା,୧୬।୯: ଆର୍‌ଜେଡି ନେତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ କହିଛନ୍ତି ବିହାରରେ ଏବେ ମହିଳା ଅସୁରକ୍ଷିତ। କାରଣ ନୀତୀଶ ସରକାରଙ୍କ ଶାସନରେ ଏବେ ଅପରାଧୀମାନେ ସବୁ ସୀମା ଅତିକ୍ରମ କରି ସାରିଲେଣି। ସରକାର ଏମାନଙ୍କୁ ସୁରକ୍ଷା ଓ ପ୍ରୋତ୍ସାହନ ଯୋଗାଉଥିବା ସେ ଅଭିଯୋଗ କରିଛନ୍ତି। ମୁଜାଫରପୁର ସେଲ୍‌ଟର ହୋମ୍‌ ବଳାତ୍କାର ମାମଲାର ଅଭିଯୁକ୍ତ ପୁଣିଥରେ ଗଣବଳାତ୍କାର କରିବା ବିହାରର ଆଇନ ଶୃଙ୍ଖଳା ପ୍ରତି ଅଙ୍ଗଳୁି ନିର୍ଦ୍ଦେଶ କରିଛି ବୋଲି ରାବ୍ରି କହିଛନ୍ତି।

Share