Categories: ଜାତୀୟ

ବିହାରରେ ରାହୁଲଙ୍କ ପୋଷ୍ଟରକୁ ନେଇ ଆରମ୍ଭ ହେଲା ରାଜନୀତି

ପାଟନା,୨୦।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭିନ୍ନ ଅବତାରର ଏକ ପୋଷ୍ଟର ବିହାରରେ ଦେଖିବାକୁ ମିଳିଛି। ଏଥିରେ ରାହୁଲ ସଂରକ୍ଷଣକୁ ଶେଷ ହେବାକୁ ଦେବେ ନାହିଁ ବୋଲି ଲେଖାଯାଇଛି। ସ୍ଥାନୀୟ କଂଗ୍ରେସ ନେତାଙ୍କ ଦ୍ୱାରା ଉକ୍ତ ପୋଷ୍ଟର ଲାଗିଥିବା ଜଣାପଡିଛି। ସୂଚନାଯୋଗ୍ୟ, ସଂରକ୍ଷଣକୁ ନେଇ ରାହୁଲ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ବର୍ଷି ଥିଲେ। ସେ କହିଥିଲେ ଭାଜପା ସମ୍ବିଧାନର ସଂରକ୍ଷଣକୁ ହଟାଇ ଦେବାକୁ ଚାହୁଁଛି। ଆର୍‌ଏସ୍‌ଏସ୍‌ ଓ ପ୍ରଧାନମନ୍ତ୍ରୀ ମୋଦି ଯେତେ ଚାହିଁଲେ ବି ଆମେ ସଂରକ୍ଷଣକୁ ହଟାଇବାକୁ ଦେବୁ ନାହିଁ ବୋଲି ସେ କହିଛନ୍ତି।

Share