Categories: ଜାତୀୟ

ବିହାରରେ ଲାଗି ରହିଛି ପୋଷ୍ଟର ଓ୍ବାର

ପାଟନା,୪।୧: ବିହାରରେ ଚଳିତ ବର୍ଷ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏହାକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଏବେଠାରୁ ବିଭିନ୍ନ ଦଳ ଲାଗି ପଡିଲେଣି। ଏହାକୁ ନେଇ ଏବେ ବିହାରର ମୁଖ୍ୟ ରାଜନୈତିକ ଦଳ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଓ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମଧ୍ୟରେ ପୋଷ୍ଟର ଓ୍ବାର ଆରମ୍ଭ ହୋଇଯାଇଛି। ପ୍ରଥମେ ଜେଡିୟୁ ଆର୍‌ଜେଡିର ୧୫ ବର୍ଷର ଶାସନ କାଳକୁ ଟାର୍ଗେଟ କରିଛି। ପୋଷ୍ଟର ମାଧ୍ୟମରେ ସେ କହିଛି ହିସାବ ଦିଅ ହିସାବ ନିଅ। ଏହାକୁ ନେଇ ଏବେ ଆର୍‌ଜେଡି ତା’ର ପୋଷ୍ଟର ଜାରି କରିଛି। ଏମିତି ଭାବେ ଏବେ ବିହାରର ଦୁଇ ମୁଖ୍ୟ ଦଳ ଭୋଟରଙ୍କୁ ଆକର୍ଷିତ କରିବାକୁ ଲାଗିପଡିଛନ୍ତି। କଂଗ୍ରେସ ମଧ୍ୟ ଏଥିରେ ପଛରେ ପଡିନାହିଁ। ଗତ କିଛିଦିନ ହେବ କିଛି ରାଜ୍ୟରେ କଂଗ୍ରେସର ଭଲ ପ୍ରଦର୍ଶନ ପାଇଁ ସେ ମଧ୍ୟ ଆଉ ଦୁଇପାଦ ଆଗେଇ ଆସିଛି। କଂଗ୍ରେସ ତା’ର ପୋଷ୍ଟର ମାଧ୍ୟମରେ ଶାସକ ଦଳକୁ ଟାର୍ଗେଟ କରିବା ସହ ଏବେ ଆଉ ଟେଷ୍ଟ ମ୍ୟାଚ ଖେଳାଯିବ ନାହିଁ ବୋଲି କହିଛି।

Share