ପାଟନା,୨୦।୧୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନ୍ୟାଶନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ(ଏନ୍ଆର୍ସି)କୁ ନେଇ ବଡ ବୟାନ ଦେଇଛନ୍ତି। ଶୁକ୍ରବାର ସେ କହିଛନ୍ତି ବିହାରରେ ଏନ୍ଆର୍ସି ଲାଗୁ ହେବନାହିଁ। ନୀତୀଶ ଏକ ସେମିନାରରେ ଯୋଗ ଦେବାକୁ ଯାଇଥିବା ବେଳେ ସେଠାରୁ ଫେରୁଥିବା ସମୟରେ ଖରଦାତାମାନେ ତାଙ୍କୁ ଏନ୍ଆର୍ସିକୁ ନେଇ ପ୍ରଶ୍ନ କରିଥିଲେ। ଆଉ ନୀତୀଶ କହିଥିଲେ ବିହାରରେ ଏହା ଲାଗୁ ହେବନାହିଁ। ସୂଚନାଯୋଗ୍ୟ, ଏହା ପୂର୍ବରୁ ନାଗରିକତ୍ୱ ସଂଶୋଧନ ଆଇନ୍(ସିଏଏ)କୁ ନେଇ ମଧ୍ୟ ନୀତୀଶ ନିଜର ମତ ରଖିଥିଲେ। ସେ କହିଥିଲେ ତାଙ୍କ ଶାସନକାଳ ମଧ୍ୟରେ ବିହାରବାସୀଙ୍କର କୌଣସି ପ୍ରକାର ଅସୁବିଧା ହେବ ନାହିଁ। ତେଣୁ ସିଏଏକୁ ନେଇ କେହି ଭୟଭୀତ ହେବା ଉଚିତ୍ ନୁହେଁ।