Categories: ଜାତୀୟ

ବିହାରରେ ଲାଗୁ ହେବ ନାହିଁ ଏନ୍‌ଆରସି

ପାଟନା,୨୫।୨: ବିହାର ବିଧାନସଭାରେ ଏନ୍‌ପିଆର ଓ ଏନ୍‌ଆରସିକୁ ନେଇ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାସ୍‌ ହୋଇଛି। ମଙ୍ଗଳବାର ଗୃହରେ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍‌ଆରସି)କୁ ଲାଗୁ ନ କରିବା ପାଇଁ ଏକ ପ୍ରସ୍ତାବ ପାସ୍‌ କରାଯାଇଛି। ଏଥିସହ ୨୦୧୦ରେ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା(ଏନ୍‌ପିଆର)କୁ ସଂଶୋଧନ କରି ଲାଗୁ କରାଯିବାକୁ ନେଇ ଦିଆଯାଇଥିବା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏହି ୨ଟି ପ୍ରସ୍ତାବକୁ ଗୃହରେ ବିଧାନସଭା ଅଧ୍ୟକ୍ଷ ବିଜୟ ଚୌଧୁରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାପରେ ବିଧାନସଭାରେ ସମସ୍ତ ସଦସ୍ୟ ଏହାକୁ ସହମତି ଜଣାଇଥିଲେ।

Share