ପାଟନା,୩୧।୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି ବିହାରରେ ସ୍ଥାପନ କରାଯିବ ବୋଲି ଶନିବାର ସୂଚନା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ ଆହୁରି ମଧ୍ୟ କହିଛନ୍ତି ଜେଟଲୀଙ୍କ ଜନ୍ମ ଦିବସକୁ ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବ। ସୂଚନାଯୋଗ୍ୟ, କିଛିଦିନ ଧରି ଅସୁସ୍ଥତା ପରେ ଜେଟଲୀଙ୍କର ଗତ ୨୪ ତାରିଖରେ ଦିଲ୍ଲୀସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ)ରେ ପରଲୋକ ହୋଇଥିଲା।