Advertisement

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ

ନୂଆଦିଲ୍ଲୀ,୧୯।୮: ବହୁଦିନ ଧରି ଅସୁସ୍ଥ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ ହୋଇଛି। ସୋମବାର ଦିଲ୍ଲୀଠାରେ ସେ ୮୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି। ଶ୍ରୀ ମିଶ୍ର ଏକାଧାରାରେ ଜଣେ ଶିକ୍ଷକ ଓ ରାଜନେତା ଥିଲେ। ବିହାରରେ ୩ ଥର ମୁଖ୍ୟମନ୍ତ୍ରୀ ସହ ସେ କେନ୍ଦ୍ର କ୍ୟାବିନେଟରେ ମଧ୍ୟ ମନ୍ତ୍ରୀ ପଦ ସମ୍ଭାଳିଥିଲେ। ପ୍ରଥମେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଥିବା ବେଳେ ପରେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ଓ ଜନତା ଦଳ-ୟୁନାଇଟେଡ(ଜେଡି-ୟୁ)ରେ ଯୋଗ ଦେଇଥିଲେ। ବିହାର ୟୁନିଭର୍ସିଟିରେ ଅର୍ଥନୀତିର ଅଧ୍ୟାପକ ଥିବା ବେଳେ ପରବର୍ତ୍ତି ସମୟରେ ପ୍ରାଧ୍ୟାପକ ଭାବେ କାମ କରିଥିଲେ। ଗତବର୍ଷ ୨୨ ଜାନୁୟାରୀରେ ତାଙ୍କ ସ୍ତ୍ରୀ ବିଣାଙ୍କର ପରଲୋକ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share