Posted inଖେଳ

ବିହାରୀଙ୍କ ଶତକ ପରେ ବୁମ୍‌ରାଙ୍କ ହ୍ୟାଟ୍ରିକ୍‌: ଦୃଢ଼ ସ୍ଥିତିରେ ଭାରତ

କିଙ୍ଗଷ୍ଟନ,୧।୯(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ ତା’ର ସ୍ଥିତି ଦୃଢ଼ କରିଛି। ଯୁବ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ହନୁମା ବିହାରୀଙ୍କ ଶତକ ଓ ଟେଲ ଏଣ୍ଡର ଇଶାନ୍ତ ଶର୍ମାଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ପ୍ରଥମ ଇନିଂସରେ ୧୪୦.୧ ଓଭରରେ ୪୧୬ ରନ କରି ଅଲଆଉଟ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଓ୍ବେଷ୍ଟଇଣ୍ଡିଜ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ସମ୍ମୁଖୀନ ହୋଇ ନ ପାରି ଶନିବାର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୩୩ ଓଭରରେ ୭ ଉଇକେଟ ହରାଇ ୮୭ ରନ ସଂଗ୍ରହ କରିଛି। ଫଳରେ ୩ ଉଇକେଟ ହାତରେ ରଖି ଓ୍ବେଷ୍ଟଇଣ୍ଡିଜ ଏବେ ବୃହତ ୩୨୯ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ଉଇକେଟ କିପର ବ୍ୟାଟ୍ସମ୍ୟାନ ଜହମାର ହାମିଲଟନ ୨ ଓ ରଖିମ କର୍ନଓ୍ବାଲ ୪ ରନ କରି ଅପରାଜିତ ରହିଛନ୍ତି।
ହ୍ୟାଟ୍ରିକ ଅର୍ଜନ କରିବା ସହ ବୁମ୍‌ରା ଓ୍ବେଷ୍ଟଇଣ୍ଡିଜ୍‌ର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଓ୍ବେଷ୍ଟଇଣ୍ଡିଜ୍‌ ମାତ୍ର ୨୨ ରନରେ ୫ ଉଇକେଟ ହରାଇ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ତରଫରୁ ଶିମରନ ହେଟମେୟର ୩୪, ଅଧିନାୟକ ଜାସନ ହୋଲ୍ଡର ୧୮, ଓପନର କ୍ରେଗ ବ୍ରାଥଓ୍ବେଟ୍‌ ୧୦ ରନକରି ଆଉଟ ହୋଇଥିଲେ। ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଜନ୍‌ କ୍ୟାମ୍ପବେଲ ୨, ଡାରେନ ବ୍ରାଭୋ ୪ ରନ କରି ଆଉଟ ହୋଇଥିବା ବେଳେ ଶମରା ବ୍ରୁକ୍ସ ଓ ରୋଷ୍ଟନ ଚେଜ୍‌ ଖାତା ଖୋଲିପାରି ନ ଥିଲେ। ବୁମ୍‌ରା ନବମ ଓଭରର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ବଲ୍‌ରେ ଯଥାକ୍ରମେ ବ୍ରାଭୋ, ବ୍ରୁକ୍ସ ଓ ଚେଜ୍‌ଙ୍କୁ ଆଉଟ କରି ତୃତୀୟ ଭାରତୀୟ ବୋଲର ଭାବେ ଟେଷ୍ଟରେ ହ୍ୟାଟ୍ରିକ ଅର୍ଜନ କରିଥିଲେ। ବୋଲିଂରେ ଭାରତ ତରଫରୁ ବୁମ୍‌ରା ୧୬ ରନ ଦେଇ ୬ ଓ ମହମ୍ମଦ ସାମି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୬୪/୫ରୁ ଖେଳ ଆରମ୍ଭ କରି ଭାରତ ଶନିବାର ଅଲଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ବିହାରୀ ୪୨ରନରୁ ଖେଳ ଆରମ୍ଭ କରି ଶତକ ହାସଲ କରି ଭାରତୀୟ ଇନିଂସର ଅନ୍ତିମ ବ୍ୟାଟ୍ସମ୍ୟାନ ଭାବେ ପ୍ୟାଭିଲିୟନ ଫେରିଥିଲେ। ଗତ ଟେଷ୍ଟ ବିହାରୀ ୯୩ ରନ କରି ଆଉଟ ହୋଇ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ତେବେ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୨୭ ରନରୁ ବ୍ୟାଟିଂ ଆରମ୍ଭ କରିଥିଲେ ଓ ଆଉ ଅଧିକ ରନ ସଂଗ୍ରହ କରିପାରି ନ ଥିଲେ। ସେ ଦ୍ୱିତୀୟ ଦିନର ପ୍ରଥମ ବଲ୍‌ରେ ଲାଇନ୍‌ ମିସ୍‌ କରି ଜାସନ ହୋଲ୍ଡରଙ୍କ ଇନ୍‌ ସୁଇଙ୍ଗ୍‌ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ରବୀନ୍ଦ୍ର ଜାଡେଜା ୧୬ ରନ କରିଥିବା ବେଳେ ମିଡ୍‌ ଅନ୍‌ରେ ଡାରେନ୍‌ ବ୍ରାଭୋଙ୍କୁ କ୍ୟାଚ୍‌ ଦେଇ ଅଫ୍‌ ସ୍ପିନର କର୍ନଓ୍ବାଲଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଏହାପରେ ଇଶାନ୍ତ ଓ ମହମ୍ମଦ ସାମି ଆଉଟ ହୋଇଥିଲେ। ୯ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଇଶାନ୍ତ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ନିଜର ୯୨ତମ ଟେଷ୍ଟ ଖେଳିବା ଅବସରରେ ସେ ଏହି ସଫଳତା ପାଇଛନ୍ତି। ଏହା ପୂର୍ବରୁ ଇଶାନ୍ତଙ୍କ ସର୍ବାଧିକ ସ୍କୋର ଥିଲା ଅପରାଜିତ ୩୧।
ବିହାରୀ ୨୨୫ଟି ବଲର ସମ୍ମୁଖୀନ ହୋଇ ୧୬ ଚୌକା ସହ ୧୧୧ ରନର ଲଢ଼ୁଆ ଶତକୀୟ ପାଳି ଖେଳି ଆଉଟ ହୋଇଛନ୍ତି। ବିହାରୀ ଜାସନ ହୋଲ୍ଡରଙ୍କ ବଲ୍‌ରେ ଶଟ୍‌ ଖେଳିବାକୁ ଯାଇ ମିଡ୍‌ ଅଫ୍‌ରେ କେମର ରୋଚ୍‌ଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ୧୯୭ଟି ବଲ୍‌ର ସମ୍ମୁଖୀନ ହୋଇ ୧୫ ଚୌକା ସହାୟତାରେ ସେ କ୍ୟାରିୟରର ପ୍ରଥମ ଟେଷ୍ଟ ଶତକ ପୂରଣ କରିଥିଲେ। ବିହାରୀଙ୍କୁ ସହଯୋଗ କରିଥିବା ଇଶାନ୍ତ ୮୦ଟି ବଲ ଖେଳି ୭ ଚୌକା ସହ ୫୭ ରନର ଅର୍ଦ୍ଧଶତକୀୟ ପାଳି ଖେଳି କ୍ରେଗ୍‌ ବ୍ରାଥ୍‌ଓ୍ବେଟଙ୍କ ବଲ୍‌ରେ ଡିପ୍‌ ମିଡ ଉଇକେଟରେ ଶିମ୍‌ରନ ହେଟମେୟରଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଅଷ୍ଟମ ଉଇକେଟ ଯୋଡିରେ ବିହାରୀ ଓ ଇଶାନ୍ତ ୧୧୨ ରନ ସଂଗ୍ରହ କରି ଘରୋଇ ବୋଲରଙ୍କୁ ନିରାଶ କରିବା ସହ ଦଳର ସ୍କୋରକୁ ୪୦୦ ରନ ପାର କରାଇଥିଲେ। ଇଶାନ୍ତଙ୍କ ପରେ ମହମ୍ମଦ ସାମି ଖାତା ଖୋଲିବା ପୂର୍ବରୁ ଅଫ୍‌ ସ୍ପିନର ରଖିମ କର୍ନଓ୍ବାଲଙ୍କ ବଲ୍‌ରେ ଉଇକେଟକିପର ଜହମାର ହାମିଲଟନଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଯଶପ୍ରୀତ ବୁମ୍‌ରା ବିନା ସ୍କୋରରେ ଅପରାଜିତ ରହିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ହୋଲ୍ଡର ସର୍ବାଧିକ ୫, କର୍ନଓ୍ବାଲ ୩, ରୋଚ୍‌ ଓ ବ୍ରାଥଓ୍ବେଟ୍‌ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ପୂର୍ବରୁ ପ୍ରଥମ ଟେଷ୍ଟରେ ବିଜୟୀ ହୋଇ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି।
ସଂକ୍ଷିପ୍ତ ସ୍କୋର:
ଭାରତ ପ୍ରଥମ ଇନିଂସ- ୧୪୦.୧ ଓଭରରେ ୪୧୬ ଅଲ୍‌ଆଉଟ।
(ବିହାରୀ- ୧୧୧, କୋହଲି- ୭୬, ଇଶାନ୍ତ- ୫୭, ଅଗ୍ରଓ୍ବାଲ- ୫୫, ପନ୍ତ- ୨୭, ରାହାନେ- ୨୪, ହୋଲ୍ଡର- ୫/୭୭, କର୍ନଓ୍ବାଲ- ୩/୧୦୫, ରୋଚ୍‌- ୧/୭୭, ବ୍ରାଥଓ୍ବେଟ- ୧/୮)।
ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ- ୩୩ ଓଭରରେ ୮୭/୭
(ହେଟମେୟର- ୩୪, ହୋଲ୍ଡର- ୧୮, ବ୍ରାଥଓ୍ବେଟ- ୧୦, ବୁମରା- ୬/୧୬, ସାମି- ୧/୧୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri