ବିହାରୀ ମଦ ଭାଟିରେ ମାଓବାଦୀଙ୍କ ତାଣ୍ଡବ

କୋରାପୁଟ ଅଫିସ/ଜୟପୁର(ନି.ପ୍ର.), ୧୦।୮: କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ହନୁମାନ ମନ୍ଦିର ନିକଟ ତଥା ଡୁମୁରିଗୁଡା ଗଁ।ରେ ଶୁକ୍ରବାର ମାଓବାଦୀଙ୍କ ଉନ୍ମତ କାଣ୍ଡ ଭିଆଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ କିଛି ମାଓବାଦୀ ବିହାରୀ ମଦ ଭାଟିକୁ ଆସି କର୍ମଚାରୀମାନଙ୍କୁ ୪ଟି ରୁମ୍‌ରେ ତାଲା ପକାଇବା ସହ ପୋଡାଜୋଳା କରିଥିଲେ। ଏହି ଅଗ୍ନିକାଣ୍ଡରେ ଗୋଟିଏ କମାଣ୍ଡର ଜିପ୍‌, ୨ଟି ବାଇକ୍‌ ଓ ଗୋଟିଏ ଜେନେରେଟର ପୋଡି ପାଉଁଶ ହୋଇଯାଇଛି। ଉକ୍ତ କର୍ମଚାରୀଙ୍କୁ ପରେ ସ୍ଥାନୀୟ ଲୋକେ ସେଠାରୁ ଉଦ୍ଧାର କରିଥିବା ଜଣାପଡ଼ିଛି। ସେହିପରି ଦୋକାନର ମୁଖ୍ୟ ଫାଟକରେ ମାଓବାଦୀଙ୍କର ଏକ ପୋଷ୍ଟର ଦେଖିବାକୁ ମିଳିଛି। ମଦ ଭାଟି ବନ୍ଦ ନ କରିଲେ ମୁଣ୍ଡକାଟ୍‌ ହେବ ବୋଲି ଏକ ଲାଲ ରଙ୍ଗର କପଡାରେ ଉଲ୍ଲେଖ ରହିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Share