Categories: ଜାତୀୟ

ବିହାର ବନ୍ଦ ବେଳେ ହିଂସା

ପାଟନା, ୨୦।୧୨(ପି.ଟି.):ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଦେଶବ୍ୟାପୀ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ କରିବା ପ୍ରସ୍ତାବର ବିରୋଧ କରି ବାମଦଳଗୁଡ଼ିକ ପକ୍ଷରୁ ଗୁରୁବାର ବିହାର ବନ୍ଦ ଡାକରା ଦିଆଯାଇଥିବାବେଳେ ବିଭିନ୍ନ ସ୍ଥାନରେ ଏହା ହିଂସାତ୍ମକ ରୂପ ନେଇଥିଲା। ୧୨ ଘଣ୍ଟିଆ ବନ୍ଦରେ ପପ୍ପୁ ଯାଦବଙ୍କ ଜନ ଅଧିକାର ପାର୍ଟି (ଜେଏପି), ପୂର୍ବତନ ବଲିଉଡ୍‌ ଡିଜାଇନର ମୁକେଶ ସାହନିଙ୍କ ବିକାଶଶୀଳ ଇନ୍‌ସାନ ପାର୍ଟି (ଭିଆଇପି) ଭଳି କେତେକ ଛୋଟ ଦଳ ସାମିଲ ହୋଇଥିଲେ। ଆର୍‌ଜେଡି ସିଧାସଳଖ ବନ୍ଦରେ ସାମିଲ ହୋଇ ନ ଥିଲେ ହେଁ ଏହାକୁ ନୈତିକ ସମର୍ଥନ ଜଣାଇଥିଲା। ଏହି ଦଳ ୨୧ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି। ଗୁରୁବାର ବନ୍ଦ ବେଳେ ଜେଏପି କର୍ମୀମାନେ ବସ୍‌ କାର ଭଙ୍ଗାରୁଜା କରିବା ସହ ଟାୟାର ଜାଳି ରାସ୍ତାରୋକୋ କରିଥିଲେ। ବିକ୍ଷୋଭକାରୀ ରେଳଲାଇନରେ ବସିରହିବାରୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

Share