Categories: ଜାତୀୟ

ବିହାର ବନ୍ୟା: ନୀତିଶଙ୍କୁ ଘେରିଲା ଭାଜପା

ପାଟନା,୨।୧୦: ବିହାରରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ନେଇ ଭାଜପା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଘେରିଛି। ଏନେଇ ଭାଜପା ପକ୍ଷରୁ ସଞ୍ଜୟ ଜାୟସଓ୍ବାଲ୍‌ କହିଛନ୍ତି ଯେ,ରାଜ୍ୟରେ ପ୍ରଶାସନିକ ଅବହେଳା ଯୋଗୁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି। ସଞ୍ଜୟ ନିଜର ଫେସବୁକ୍‌ ପୋଷ୍ଟରେ ଏଭଳି ଲେଖିଛନ୍ତି। ସେହିପରି ରାଜ୍ୟର ବନ୍ୟା ନେଇ ବରିଷ୍ଠ ଭାଜପା ସଦସ୍ୟ ଗିରିରାଜ ସିଂ ନୀତିଶଙ୍କ ନାମ ନ ନେଇ ରାଜ୍ୟ ପ୍ରଶାସନ ଉପରେ ଦୋଷ ଲଦିଛନ୍ତି। ରାଜ୍ୟରେ ସୃଷ୍ଟି ହୋଇଥିବା ଜଳପ୍ରଳୟ ପ୍ରାକୃତିକ ବିପଦ ନୁହେଁ। ଏହା ରାଜ୍ୟ ସରକାରଙ୍କ ଯୋଗୁ ହିଁ ସୃଷ୍ଟି ହୋଇଛି ବୋଲି ଗିରିରାଜ କହିଛନ୍ତି।

Share