ବିହାର ବନ୍ୟା : ମୁଖ୍ୟମନ୍ତ୍ରୀ ରଖିଲେ ସହାୟତା ପ୍ରସ୍ତାବ

ଭୁବନେଶ୍ୱର,୩।୧୦(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ସ୍ଥିତି ସମ୍ପର୍କରେ ଗୁରୁବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଟେଲିଫୋନ୍‌ ଯୋଗେ କଥା ହୋଇଛନ୍ତି। ଓଡ଼ିଶା ପକ୍ଷରୁ ଆବଶ୍ୟକ ସହଯୋଗ ପ୍ରସ୍ତାବ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଛି। ବିହାରରେ ବନ୍ୟା ବିତ୍ପାତ କାରଣରୁ ବହୁ ଧନଜୀବନ ହାନି ହୋଇଛି। ଏବେ ବି ସେଠାରେ ବିହାର ପ୍ରଶାସନ ଏବଂ କେନ୍ଦ୍ର ସହାୟତାରେ ପ୍ରଭାବିତଙ୍କୁ ଉଦ୍ଧାର ସହ ରିଲିଫ ବଣ୍ଟନ କରାଯାଉଛି।

Share