Categories: ଜାତୀୟ

ବିହାର ବିଧାନସଭାରେ ମୂଷାଧରି ପହଞ୍ଚିଲେ ବିଧାୟକ

ପାଟନା,୬।୩: ବିହାର ବିଧାନସଭାର ବଜେଟ ଅଧିବେଶନ ସମୟରେ ଶୁକ୍ରବାର ଏକ ଅଦ୍ଭୁଦ ଘଟଣା ଦେଖିବାକୁ ମିଳିଛି। ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ର ଜଣେ ବିଧାୟକ ଶୁକ୍ରବାର ଏକ ମୂଷାକୁ ଯନ୍ତାରେ ଧରି ବିଧାନସଭାରେ ପହଞ୍ଚିଥିବା ଦେଖାଯାଇଥିଲା। ଏହାକୁ ନେଇ ବିବାହରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ନେତ୍ରୀ ରାବ୍ରି ଦେବୀ କହିଥିଲେ କୌଣସି ଗୁରୁତ୍ୱପୂର୍ଣ୍ଣ ଫାଇଲ, ଔଷଧ ଓ ମଦ ନମିଳିଲେ ରାଜ୍ୟର ଏନ୍‌ଡିଏ ସରକାର ମୂଷାକୁ ଦୋଷ ଦେଉଛନ୍ତି। ତେଣୁ ସେହି ମୂଷାକୁ ଦଣ୍ଡ ଦେବାକୁ ଆଜି ବିଧାନସଭା ଆଣାଯାଇଛି। ଏହି ବିରୋଧ ପ୍ରଦର୍ଶନରେ ଆର୍‌ଜେଡି ସହ କଂଗ୍ରେସ ମଧ୍ୟ ସହମତି ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା। ଏହି ମୂଷାକୁ ନେଇ ବିଧାନସଭା ଫାଟକ ନିକଟରେ ବେଶ୍‌ କିଛି ସମୟ ଧରି ଡ୍ରାମା ଚାଲିଥିବା ଦେଖାଯାଇଥିଲା। ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ବିରୋଧୀ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଗାଦିଚ୍ୟୁତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଆଲୋଚନା ହେଉଛି।

Share