ପାଟନା,୧୬।୧: ବିହାର ବିଧାନସଭା ନିର୍ବାଚନରେ ଲୋକ ସଭାର ଫର୍ମୁଲା ଲାଗୁହୋଇପାରେ ବୋଲି ଶୁଣିବାକୁ ମିଳିଛି। ଆଲୋଚନା ହେଉଛି କି ଏହି ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ଜନତା ଦଳ ୟୁନାଇଟେଡ(ଜେଡିୟୁ)କୁ ନୂଆ ଫର୍ମୁଲା ଦେଇପାରେ। ବିଜେପିର ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାଜପା ଓ ଜେଡିୟୁ ୫୦-୫୦ ଫର୍ମୁଲାକୁ ନେଇ ନିର୍ବାଚନ ଲଢିପାରନ୍ତି। ଏ ସମ୍ପର୍କରେ ଅବଶ୍ୟ ଦୁଇ ଦଳ ମଧ୍ୟରେ ସେମିତି କିଛି କଥା ହୋଇଥିବା ଜଣାପଡି ନାହିଁ। ବିହାର ବିଧାନସଭା ନିର୍ବାଚନକୁ ପ୍ରାୟ ୮ ମାସ ବାକି ରହିଛି ସତ ହେଲେ ଏବେଠାରୁ ସେଠାରେ ରାଜନୈତିକ ପରିବେଶ ବେଶ୍ ସରଗରମ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଶେଷ ବେଳକୁ ବିହାର ବିଧାନସଭା ନିର୍ବାଚନ ହେବ।