Categories: ଜାତୀୟ

ବିହାର ବିଧାନସଭା ନିର୍ବାଚନ ପାଇଁ ଭାଜପାର ଶଙ୍ଖନାଦ: ମାସ ବି ଘୋଷଣା କଲେ ନଡ୍ଡା

ପାଟନା,୨୨।୨: ବିହାର ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଶନିବାର ଶଙ୍ଖନାଦ କରାଯାଇଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଆୟୋଜିତ ଏକ ସଭାରେ ଏନେଇ ସୂଚନା ଦେଇଛନ୍ତି। ସେ ନିର୍ବାଚନ ମାସ ସମ୍ପର୍କରେ ମଧ୍ୟ ଘୋଷଣା କରିଛନ୍ତି। ନଡ୍ଡା କହିଛନ୍ତି ଆସନ୍ତା ନଭେମ୍ବର ମାସରେ ରାଜ୍ୟରେ ବିିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପୁଣିଥରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ଷମତା ଦଖଲ କରିବେ ବୋଲି ନଡ୍ଡା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତେବେ ନିର୍ବାଚନ କମିଶନଙ୍କ ଘୋଷଣା ପୂର୍ବରୁ ଭାଜପା ନେତା କିଭଳି ନିର୍ବାଚନ କେବେ ହେବ ତାହା ଜାଣିପାରୁଛନ୍ତି ଏବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବରୁ ଏଭଳି କିଛି ଭାଜପା ନେତା ମଧ୍ୟ ନିର୍ବାଚନ ସମୟ ସମ୍ପର୍କରେ ସୂଚନା ଦେଇଥିବା ନଜିର ରହିଛି।

Share