Categories: ଜାତୀୟ

ବିହାର ଶିଶୁ ମୃତ୍ୟୁ ଘଟଣା: ତେଜସ୍ବୀ ଉଭାନ୍‌, ଆରଜେଡି କହିଲା ବିଶ୍ୱକପ୍‌ ଦେଖିବାକୁ ଯାଇଛନ୍ତି

ପାଟଣା, ୧୯।୬: ବିହାରରେ ମସ୍ତିକ ଜ୍ୱରରେ ପ୍ରତି ଘଣ୍ଟାରେ ଶିଶୁ ମୃତ୍ୟୁ ଖବର ଆସୁଛି। ଏପର୍ଯ୍ୟନ୍ତ ୧୧୨ଜଣ ଶିଶୁଙ୍କ ମୃତ୍ୟୁ ହେଲାଣି। ଘଟଣାକୁ ନେଇ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗିରହିଛି। ଏହି ସମୟରେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଆରଜେଡି ନେତା ତଥା ପୂର୍ବତନ  ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କୁଆଡେ ଗାଏବ ହୋଇଯାଇଛନ୍ତି। ଶିଶୁ ମୃତ୍ୟୁକୁ ନେଇ ତେଜସ୍ବୀ ସାଧାରଣ ଜନତାଙ୍କୁ ଠାରୁ ଦୂରେଇ ରହିଥିବାବେଳେ ଦଳର ନେତାମାନେ ତାଙ୍କୁ ଭିନ୍ନ ଭିନ୍ନ କଥା କହୁଛନ୍ତି। ଅନେକ ନେତା ସେ କୁଆଡେ ଯାଇଛନ୍ତି ବୋଲି ଜାଣି ନ ଥିବା କହୁଛନ୍ତି। ଆରଜେଡିର ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂହ କହିଛନ୍ତି, ମୁଁ ନିର୍ଦ୍ଦିଷ୍ଟ ଭାବେ ଜାଣି ନାହିଁ ସେ କୁଆଡେ ଯାଇଛନ୍ତି। ବୋଧହୁଏ, ତେଜସ୍ବୀ ବିଶ୍ୱକପ୍‌ ଦେଖିବା ପାଇଁ ଯାଇଛନ୍ତି ବୋଲି ସେ କହିଛନ୍ତି।

Share