Categories: ଜାତୀୟ

ବିିହାରରେ ଏନ୍‌ଆର୍‌ସି ଲାଗୁ ନେଇ ଭାଜପା-ଜେଡ଼ିୟୁ ମୁହାଁମୁହିଁ

ପାଟନା,୪।୯: ବିହାରରେ ଏନ୍‌ଆର୍‌ସି ଲାଗୁ ନେଇ ଭାଜପା ଏବଂ ଶାସକ ଜେଡ଼ିୟୁ ମୁହାଁମୁହିଁ ହୋଇଛନ୍ତି। ଭାଜପା ରାଜ୍ୟସଭା ଏମ୍‌ପି ରାକେଶ ସିହ୍ନା ବିହାରର କଟିହାର, ପୂର୍ନିୟା, କିଶନଗଞ୍ଜ୍‌ ଆଦି ଅଞ୍ଚଳରେ ବୃଦ୍ଧି ପାଉଥିବା ଜନସଂଖ୍ୟା ନେଇ ଏନ୍‌ଆର୍‌ସି ଲାଗୁ ଉପରେ ଜୋର୍‌ ଦେଇଛନ୍ତିି। ତେବେ ଏହାକୁ ଜେଡ଼ିୟୁ ମହାସଚିବ କେ.ସି. ତ୍ୟାଗୀ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ, ଆସାମରେ ଲାଗୁ ହୋଇଥିବା ଏନ୍‌ଆର୍‌ସିକୁ ସ୍ଥାନୀୟ ଭାଜପା ସଦସ୍ୟ ମଧ୍ୟ ବିରୋଧ କରୁଛନ୍ତି। ସେହିପରି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏନ୍‌ଆର୍‌ସି ତାଲିକାରେ ନାମ ନ ଥିବା କୌଣସି ଲୋକଙ୍କୁ ଦେଶରୁ ବାହାର କରାଯିବ ନାହିଁ। ଏପରି ସ୍ଥଳେ ବିହାରରେ ଏନ୍‌ଆର୍‌ସି ଲାଗୁର ଆବଶ୍ୟକତା ନାହିଁ ବୋଲି ତ୍ୟାଗୀ କରିଛନ୍ତିି।

Share