ବିୟରର ନାମ ‘କରୋନା’

ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ ଏବେ ବିଶ୍ୱର ସମସ୍ତ ଦେଶକୁ ଗ୍ରାସ କରିସାରିଲାଣି। ଏକ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ମହାମାରୀ କରୋନା ଭୂତାଣୁରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ବେଳେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ଏପରି ସ୍ଥିତିରେ କିଛି ଲୋକ ଏହି ପ୍ରାଣଘାତକ ଭୂତାଣୁକୁ ଏକ ବିୟର ସହିତ ଯୋଡ଼ି ଦେଖୁଛନ୍ତି। ଏହା ଜଣାପଡ଼ିଛି ଗୁଗୁଲ୍‌ ସର୍ଚ୍ଚ ଟ୍ରେଣ୍ଡ୍‌ରୁ। ଯେଉଁଥିରେ ଲୋକେ ‘କରୋନା ବିୟର ଭାଇରସ୍‌’ ଖୁବ୍‌ ସର୍ଚ୍ଚ କରିଛନ୍ତି।
ଏହା ମଧ୍ୟ ଜଣାପଡ଼ିଛି କି, ଲୋକେ କରୋନା ଭାଇରସ୍‌ ଏବଂ ମେକ୍ସିକୋର ପ୍ରସିଦ୍ଧ ବିୟର ବ୍ରାଣ୍ଡ୍‌ ‘କରୋନା’କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ‘କରୋନା ବିୟର ଭାଇରସ୍‌’ ସର୍ଚ୍ଚ କରିବାରେ ଏଷ୍ଟୋନିୟାର ପୂର୍ବ ୟୁରୋପୀୟ ରାଷ୍ଟ୍ର ସବୁଠୁ ଆଗରେ ରହିଛି। ‘ଗୁଗୁଲ ଟ୍ରେଣ୍ଡ୍‌’ର ରିପୋର୍ଟ ଅନୁଯାୟୀ, ୧୮ ଜାନୁୟାରୀ ପରେ ଗୁଗୁଲରେ ‘କରୋନା ଭାଇରସ୍‌’, ‘ବିୟର ଭାଇରସ୍‌’କୁ ଖୁବ୍‌ ସର୍ଚ୍ଚ କରୁଛନ୍ତି। ଏହା ବ୍ୟତୀତ ଗୁଗୁଲରେ କରୋନା ଭାଇରସ୍‌ର ଲକ୍ଷଣକୁ ନେଇ ବହୁ କିଛି ସର୍ଚ୍ଚ କରୁଛନ୍ତି। ଅନ୍ୟପକ୍ଷରେ ବିୟର କମ୍ପାନୀ ‘କରୋନା ଏକ୍ସଟ୍ରା’ ପକ୍ଷରୁ କୁହାଯାଇଛି, ଗ୍ରାହକ ବିୟର ସହିତ ପ୍ରାଣଘାତୀ କରୋନା ଭାଇରସ୍‌ କେବେ ବି ଯୋଡ଼ିବେ ନାହିଁ।

Share