ବିୟୁଟି, ବ୍ରେନ୍‌ ଆଉ ଟ୍ୟାଲେଣ୍ଟର ପରଫେକ୍ଟ ମିଶ୍ରଣ କାବ୍ୟା କିରଣ

ମୁମ୍ବାଇ: ବଲିଉଡ୍‌ ସହ କିଛି ଆଞ୍ଚଳିକ ଭାଷାର ଫିଲ୍ମରେ କାମ କରିଥିବା ଅଭିନେତ୍ରୀ କାବ୍ୟା କିରଣ ଏବେ ବେଶ୍‌ ପରିଚିତ। ତାଙ୍କୁ ଏବେ ବିୟୁଟି, ବ୍ରେନ୍‌ ଆଉ ଟ୍ୟାଲେଣ୍ଟର ପରଫେକ୍ଟ ମିଶ୍ରଣ ବୋଲି କୁହାଯାଉଛି। କାବ୍ୟା ବିଶେଷ ଭାବେ ପ୍ରିଣ୍ଟ ଆଡ୍‌ରେ ବହୁ ନାଁ କମାଇଛନ୍ତି। ଏହା ବ୍ୟତିତ ସର୍ଟ ଫିଲ୍ମ, ଡକ୍ୟୁମେଣ୍ଟାରୀ, ଟେଲିଭିଜନ ଧାରାବାହିକ, ଓ୍ବେବ୍‌ ସିରିଜ୍‌, ମ୍ୟୁଜିକ୍‌ ଭିଡିଓ ସବୁଥିରେ କାମ କରିଥିବା କୁହନ୍ତି। କେତେବେଳେ ଦର୍ଶକ ତାଙ୍କୁ ବୋଲ୍ଡ ଲୁକ୍‌ରେ ପସନ୍ଦ କରିଛନ୍ତି ତ ପୁଣି କେତେବେଳେ ସାଧାସିଧା କ୍ୟାରେକ୍ଟରରେ। ଏବେ ବି ତାଙ୍କ ହାତରେ ରହିଛି କିଛି ଆଞ୍ଚଳିକ ଭାଷାର ଫିଲ୍ମ। ଏହାସହ କିଛି ହିନ୍ଦୀ ପ୍ରୋଜେକ୍ଟ ମଧ୍ୟ ଖୁବ୍‌ଶୀଘ୍ର ଆସିବ ବୋଲି ସେ କୁହନ୍ତି। ଅଭିନୟ କ୍ୟାରିୟରରେ ବହୁ ଉତ୍ଥାନ ପତନକୁ ଦେଖିଥିବା କାବ୍ୟା କୁହନ୍ତି ଜୀବନରେ ତ ଏସବୁ ଆସିବ। ହେଲେ ଆଗକୁ ବଢିବାକୁ ଚାହୁଁଥିଲେ ଏହାକୁ ପଛକୁ ପକାଇ ଦେବାକୁ ପଡିବ।

Share