Categories: ଜାତୀୟ

ବି.ଆର୍‌. ଆମ୍ବଡେକରଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬।୧୨: ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବଡେକରଙ୍କ ଶୁକ୍ରବାର ୬୩ତମ ପୁଣ୍ୟତିଥି ପାଳନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆମ୍ବଡେକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇନ୍ତି। ଏଥିରେ ବିଭିନ୍ନ ରାଜନୈତିକ ଦଳ ସାମିଲ ହୋଇଥିଲେ। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ମନେପକାଇ ଏକ ଟୁଇଟ କରିଛନ୍ତି। ସେ ଲେଖିଛନ୍ତି, ସାମାଜିକ ନ୍ୟାୟ ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବା ମହାନ ବ୍ୟକ୍ତିଙ୍କୁ ମୋର କୋଟି କୋଟି ପ୍ରଣାମ।

Share