ବୀମାରାଶି ନ ମିଳିବା ପ୍ରତିବାଦରେ ଚାଷୀଙ୍କ ଧାରଣା

ଆରଡ଼ି,୧୮।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକର ପାଳସାହି ସେବା ସମିତି ଅଧୀନରେ ଥିବା ଚାଷୀମାନଙ୍କୁ ଗତବର୍ଷ ଖରିଫ ଫସଲ ବୀମା ରାଶି ମିଳିନାହିଁ। ଏହାର ପ୍ରତିବାଦ ସ୍ବରୂପ ପାଳସାହି ଓ ରଇପୁର ପଞ୍ଚାୟତର ଶତାଧିକ ଚାଷୀ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଧାରଣା ଦେବା ସହ ବିକ୍ଷୋଭ କରିଛନ୍ତି। ସୁଶାନ୍ତ ନାୟକ, ପ୍ରମୋଦ ନାୟକ, ଅନୀଲ ଦାସ, ନିମାଇଁ ବାରିକ, ଗୌରାଙ୍ଗ ମହାନ୍ତି, ରତ୍ନାକର ଜେନା, ରାଧାଶ୍ୟାମ ସାହୁ ପ୍ରମୁଖ ଧାରଣାର ନେତୃତ୍ୱ ନେଇଛନ୍ତି। ଧୂଷୁରୀ ଥାନାଧିକାରୀ ପ୍ରଫୁଲ୍ଲ କୁମାର ସିଂଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ଧାରଣାସ୍ଥଳରେ ଉପସ୍ଥିତ ଅଛନ୍ତି।