ବୀମା ଅର୍ଥ ନ ମିଳିବା, ଡାକ୍ତର ଅଭାବ ନେଇ ଉଦ୍‌ବେଗ

ଛତ୍ରପୁର,୧୭ା୮(ଡି.ଏନ.ଏ)-ଗଞ୍ଜାମ ଜିଲାପରିଷଦର ସାଧାରଣ ଅଧିବେଶନ ଶୁକ୍ରବାର ଛତ୍ରପୁରସ୍ଥିତ ଜିଲାପରିଷଦ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପରିଷଦ ଅଧ୍ୟକ୍ଷା ସୋନମ ପଲେଇ ଅଧ୍ୟକ୍ଷତା କରିଥିଲେ ା ଚାଷୀଙ୍କୁ ଫସଲ ବୀମା ସହାୟତା ମିଳୁ ନ ଥିବା ଓ ଜିଲାରେ ଡାକ୍ତର ଅଭାବ ଥିବା ନେଇ ବୈଠକରେ ବିଧାୟକ, ଜିଲାପରିଷଦ ସଭ୍ୟମାନେ ଉଦବେଗ ପ୍ରକାଶ କରିଥିଲେ ା ଗତବର୍ଷ ଜିଲାର ୧ ଲକ୍ଷ ୪୬ ହଜାର ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରିମିୟମ ଦେଇ ବୀମାଭୁକ୍ତ ହୋଇଥିଲେ। ସେଥିରୁ ମାତ୍ର ୩୭ ହଜାର ଚାଷୀଙ୍କୁ ବୀମା ସହାୟତା ମିଳିଛି ା ତିତ୍‌ଲିରେ ବହୁ ଚାଷୀଙ୍କ ଫସଲ କ୍ଷତି ହୋଇଥିଲା ା ଚାଷୀଙ୍କ ଫସଲର ବୀମା କରିଥିବା ରୟାଲ ସୁନ୍ଦରମ ବୀମା କମ୍ପାନୀଙ୍କୁ କାରଣ ଦର୍ଶାଇବା ପାଇଁ ସିଆର୍‌ପିସିର ୧୩୩ ଧାରାରେ ନୋଟିସ୍‌ କରାଯାଇଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଥିଲୋ ଏଥିସହ ବୀମା କମ୍ପାନୀର ଜଣେ ଅଧିକାରୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ବସି ବୀମା ସହାୟତା ପାଇବାରୁ ବଞ୍ଚିତ ଚାଷୀଙ୍କୁ କ’ଣ ପାଇଁ ସହାୟତା ମିଳିନି ସେ ସମ୍ପର୍କରେ ବୁଝାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲାପାଳ କହିଥିଲେ। ବୈଠକରେ କାଳିଆ ଯୋଜନାରେ ବହୁ ଚାଷୀ ସାମିଲ ହୋଇ ନ ଥିବା, ବାର୍‌ହା ଉପଦ୍ରବ ଲାଗି ଫସଲ ନଷ୍ଟ ହେଉଥିବା ପ୍ରସଙ୍ଗ ଉଠିଥିଲା ା ଜିଲାର ୩ ଲକ୍ଷ ୬୦ ହଜାର ଚାଷୀଙ୍କ ଆକାଉଣ୍ଟକୁ କାଳିଆ ସହାୟତା ଯାଇଛି ଏବଂ ବାରହା ଉପଦ୍ରବ ନେଇ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ବୈଠକରେ ଜଙ୍ଗଲ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ା ଛତ୍ରପୁର ବ୍ଲକରେ ଜୟମଙ୍ଗଳ କେନାଲ ପୁନରୁଦ୍ଧାର ହୋଇ ନ ଥିବାରୁ ଜମିରେ ବର୍ଷା ପାଣି ଜମି ରହୁଥିବା, କରାତଳି ତାମ୍ପରା ମଧ୍ୟ ପୋତି ହୋଇଯାଇଥିବା ଜିଲା ପରିଷଦ ସଭ୍ୟ ଏସ୍‌. କିଶୋର ରେଡ୍ଡୀ ପ୍ରସଙ୍ଗ ଉଠାଇଥିଲେ ା ଏହା ଉପରେ ଯୁଗ୍ମ ତଦନ୍ତ କରି ରିପୋର୍ଟ ଦେବା ଏବଂ କରାତଳି ତାମ୍ପରା ନିକଟରେ ବେଆଇନ୍‌ ମାଛ ଚାଷ ହେଉଛି କି ନାହିଁ ତାର ଅନୁଧ୍ୟାନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କ୍ଷୀର କିଣାରେ ଅଧିକ ଟଙ୍କା ପୈଠ କରାଯାଇ ଅନିୟମିତା ହୋଇଥିବା ଅଭିଯୋଗ ହୋଇଥିଲା ା ଏହାର ତଦନ୍ତ ହେବ ବୋଲି ଜିଲାପାଳ କହିଥିଲେ ା ଜିଲାରେ ୨୧୦ ଡାକ୍ତର ପଦବୀ ଖାଲି ରହିଛି। ଓଡିଶା ଆଦର୍ଶ ବିଦ୍ୟାଳୟରେ ୧୩୨ ଶିକ୍ଷକ ପଦବୀ ମଧ୍ୟ ଖାଲି ରହିଥିବା ନେଇ ମଧ୍ୟ ଉଦବେଗ ପ୍ରକାଶ ପାଇଥିଲା। ସେହିପରି ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ସମସ୍ୟା ବିଧାୟକ ଓ ସଭ୍ୟମାନେ ଜିଲାପାଳଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ା ବୈଠକରେ ମନ୍ତ୍ରୀ ଆରୁଖ, ଜିଲାପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଡିଆରଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ପ୍ରୋବେସନ ଆଇଏଏସ୍‌ କିର୍ତ୍ତୀଭାଷନ ଭି. ମଞ୍ଚାସୀନ ଥିଲେ ା ଡିଆରଡିଏ ଏପିଡି ରବି ନାରାୟଣ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଏମପି ଚନ୍ଦ୍ରଶେଶଖର ସାହୁ, ଆସିକା ଏମ୍‌ପି ପ୍ରମିଳା ବିଷୋୟୀ, ବିଧାୟକ ବିକ୍ରମ ପଣ୍ଡା, ସୁବାସ ଚନ୍ଦ୍ର ବେହେରା, ରମେଶ ଚନ୍ଦ୍ର ଜେନା, ପ୍ରଦୀପ ପାଣିଗ୍ରାହୀ, ବିଧାୟିକା ଲତିକା ପ୍ରଧାନ, ସୂର୍ଯ୍ୟମଣି ବୈଦ୍ୟ, ମଞ୍ଜୁଳା ସ୍ବାଇଁ, ଚିକିଟି ବିଧାୟିକାଙ୍କ ପ୍ରତିନିଧି ବି. କ୍ରିଷ୍ଣମୂର୍ତ୍ତିିଙ୍କ ସମେତ ଜିଲାପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷ ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri