Categories: ଜାତୀୟ

ବୀରପ୍ପାନଙ୍କ ଝିଅ ଭାଜପାରେ ଯୋଗଦେଲେ

ଚେନ୍ନାଇ,୨୪।୨: ବୀରପ୍ପାନଙ୍କ ଝିଅ ବିଦ୍ୟା ରାନୀ ଭାଜପାରେ ଯୋଗଦେଇଛନ୍ତି। ତାମିଲନାଡୁର କୃଷ୍ଣାଗିରିଠାରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଭାଜପା ମହାସଚିବ ମୂରଲୀଧର ରାଓ ଏବଂ ପୂର୍ବ କେନ୍ଦ୍ରମନ୍ତ୍ରୀ ପୋନ୍‌ ରାଧାକୃଷ୍ଣନ୍‌ଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ୍‌ ହୋଇଛନ୍ତି। ତାଙ୍କ ସହିତ ବହୁ ସମର୍ଥକ ମଧ୍ୟ ଦଳରେ ଯୋଗଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର ଯୋଜନା ପ୍ରତି ଆକୃଷ୍ଟ ହୋଇ ସେ ଭାଜପାରେ ଯୋଗଦେଇଥିବା କହିଛନ୍ତି। ସୂଚନାଯୋଗ୍ୟ, ୨୦୦୪ରେ ସୁରକ୍ଷାକର୍ମୀଙ୍କ ଏକ ସର୍ଚ୍ଚ ଅପରେଶନ୍‌ରେ ବୀରପ୍ପାନଙ୍କ ମୃତ୍ୟୁ ଘଟିଥିଲା।

Share