ବୀରମିତ୍ରପୁରରୁ ଭାଜପା ଆଗୁଆ

ରାଉରକେଲା ଅଫିସ,୨୩।୫: ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବୀରମିତ୍ରପୁର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଶଙ୍କର ଓରାମ ଆଗୁଆ ରହିଛନ୍ତି। ଶଙ୍କର ୧୬୪୮ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ମଖଲୁ ଏକ୍କା ୧୩୮୯ ଓ କଂଗ୍ରେସର ରୋହିତ ଯୋଶେଫ ତିର୍କୀ ୧୪୦୮ ଭୋଟ ପାଇଛନ୍ତି।