Categories: ଖେଳ

ବୀରେନ୍ଦ୍ର ସେହ୍ବାଗଙ୍କ ଟୁଇଟ ଦେଖି ହସି ହସି ଗଡିଲେ ୟୁଜର୍ସ

ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ବେଳେବେଳେ ସେ ଏମିତି ମଜାଳିଆ ଟୁଇଟ୍‌ କରନ୍ତି ଯାହା ଭାଇରାଲ ହୋଇଥାଏ। ନିକଟରେ ସେ ଏକ ଭିଡିଓ ଟୁଇଟ୍‌ କରିଥିଲେ, ଯାହା ଦେଖି ଯୁଜର୍ସ ହସି ହସି ସେହ୍ବାଗଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଏପର୍ଯ୍ୟନ୍ତ ଏହି ଭିଡିଓକୁ ପ୍ରାୟ ୧୮୪ ହଜାର ୟୁଜର୍ସ ଦେଖିସାରିଲେଣି। ଭିଡିଓଟିରେ ଜଣେ ବିଦ୍ୟାଳୟ ଛାତ୍ର ପ୍ରାର୍ଥନା ସଭାରେ ହାତ ଯୋଡି ପ୍ରାର୍ଥନା କରୁଥିବାବେଳେ ତା’ଭିତରେ କେମିତି ଲଲିପପ୍‌ ଖାଉଛନ୍ତି ତାହା ଦେଖିବାକୁ ମିଳିଛି। ୩୦ ସେକେଣ୍ଡର ଏହି ଭିଡିଓରେ ଅନ୍ୟ ଛାତ୍ରୀଛାତ୍ରମାନେ ମିଳିତ ଭାବେ ‘ଇତନି ଶକ୍ତି ହମେ ଦେନା ମାତା’ ପ୍ରାର୍ଥନା ଗାଉଥିଲାବେଳେ ଉକ୍ତ ଛାତ୍ରଜଣଙ୍କ ଯୋଡହସ୍ତ ମଧ୍ୟରେ ଲଲିପପ୍‌ଟିକୁ ରଖି ଖାଉଥିବା ଦେଖାଯାଇଥିଲା। ଏହି ଭିଡିଓଟି ଶେୟାର କରି ସେହ୍ବାଗ କ୍ୟାପସନ ଦେଇଥିଲେ ‘ଏହି ପିଲାଟିର ଜଲଓ୍ବା ସମ୍ପୂର୍ଣ୍ଣ ଭିନ୍ନ। ଆପଣମାନେ କେହି ଏଭଳି କାମ କରୁଥିଲେ କି?’ ଟୁଇଟ ଦେଖି ଯୁଜର୍ସ ଲାଫିଙ୍ଗ୍‌ ଇମୋଜି ଦେବା ସହ କେବଳ ସେହ୍ବାଗ ହିଁ ଏଭଳି ମଜାକ୍‌ କରିପାରିବେ ବୋଲି କହିଛନ୍ତି।

Share