ବୀର ଯବାନଙ୍କୁ ମନେପକାଇଲେ ବିରୋଧୀ ଗୋଷ୍ଠୀ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): କେତେବେଳେ ବିଛୁଆତି, ବାଇଡଙ୍କ ଲଗାଇ ତ କେତେବେଳେ ରାଖୀ ବାନ୍ଧି ଭାଲେଣ୍ଟାଇନ୍ସ ଡେ’ରେ ପାର୍କ, ସିନେମା ହଲ୍‌ ଏବଂ ଶପିଂ ମଲ୍‌ରେ ପହଞ୍ଚି ପ୍ରେମୀଯୁଗଳଙ୍କୁ ବିଭିନ୍ନ ଉପାୟରେ ହଇରାଣ ହରକତ କରୁଥିବା ଗୋଷ୍ଠୀଗୁଡ଼ିକ ଏଥର କିନ୍ତୁ ନିଆରାଭାବେ ଦିନଟିକୁ ପାଳନ କରିଥିଲେ। ପୁଲଓ୍ବାମା ଶହୀଦମାନଙ୍କୁ ମନେପକାଇ ବଜରଙ୍ଗ ଦଳ କର୍ମକର୍ତ୍ତାମାନେ ସନ୍ଧ୍ୟାରେ ମାଷ୍ଟରକ୍ୟାଣ୍ଟିନଠାରେ ପ୍ରଦୀପ ପ୍ରଜ୍ୱଳନ କରି ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେହିଭଳି କଳିଙ୍ଗ ସେନା ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଇନ୍ଦିରା ଗାନ୍ଧୀ ପାର୍କ ସାମ୍ନାରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ଏହି ଦିବସ ପାଳନ କରିବାକୁ ଯୁବପିଢ଼ିଙ୍କୁ ସଚେତନ କରାଇଥିଲା। କଳିଙ୍ଗ ସେନା ପକ୍ଷରୁ ଚଳିତବର୍ଷ କୌଣସି ପ୍ରକାର ବିରୋଧାତ୍ମକ କାର୍ଯ୍ୟକ୍ରମ କରାଯାଇ ନ ଥିଲା।

Share