ମୁମ୍ବାଇ,୪।୧: ବିନାୟକ ଦାମୋଦର ସଭରକରଙ୍କ ନାତି ରଞ୍ଜିତ ସଭରକରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗଡ଼ିଯାଇଛି। ଉଚ୍ଚ ରକ୍ତଚାପ ବଢ଼ିଯିବାରୁ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କୁ ମୁମ୍ବାଇସ୍ଥିତ ରହେଜା ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ନିକଟରେ ବୀର ସଭରକରଙ୍କୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିବାଦୀୟ ବୟାନ ଦେଇଥିଲେ। ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଥିଲା। ସେହି ସମୟରେ ରଞ୍ଜିତ ଏନେଇ ପ୍ରତିକ୍ରିୟା ରଖି ଚର୍ଚ୍ଚାର ପରିସରକୁ ଆସିଥିଲେ। ବୀର ସଭରକରଙ୍କ ଉପରେ ଅସମ୍ମାନଜନକ ଟିପ୍ପଣୀ ଦେବା ଅନୁଚିତ୍। ରାହୁଲଙ୍କ ଏଭଳି ବୟାନ ଅତ୍ୟନ୍ତ ର୍ଦୁଭାଗ୍ୟଜନକ। ତାଙ୍କ ନାଁରେ ମାନହାନୀ ମାମଲା ରୁଜୁ କରିବେ ବୋଲି ରଞ୍ଜିତ କହିଥିଲେ।