Categories: ଜାତୀୟ

ବୀର ସାଭରକରଙ୍କୁ ବିରୋଧ କରୁଥିବା ଲୋକଙ୍କୁ ଆଣ୍ଡାମାନ ଜେଲକୁ ପଠାଇ ଦିଆଯାଉ: ସଞ୍ଜୟ

ନୂଆଦିଲ୍ଲୀ,୧୮।୧: କିଛିଦିନ ହେବ ବୀର ସାଭରକରଙ୍କୁ ନେଇ ଗଣମାଧ୍ୟମରେ ବିଭିନ୍ନ ବୟାନବାଜି ସାମ୍ନାକୁ ଆସିଛି। ଏବେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେଉଁମାନେ ବୀର ସାଭରକରଙ୍କୁ ବିରୋଧ କରୁଛନ୍ତି ସେମାନଙ୍କୁ ୨ଦିନ ପାଇଁ ଆଣ୍ଡାମାନ ଜେଲ ପଠାଇ ଦିଆଯାଉ। ତା’ହେଲେ ଯାଇ ସେମାନେ ବୁଝି ପାରିବେ। ସେ ଆହୁରି ମଧ୍ୟ କହିଛନ୍ତି ଏମାନେ କୌଣସି ବିଚାରଧାରା ଅବା ଦଳର ହୋଇଥାଇ ପାରନ୍ତି। ସେମାନଙ୍କୁ ଆଣ୍ଡାମାନ ସେଲୁଲାର ଜେଲର ସେଲ୍‌ରେ ମାତ୍ର ୨ ଦିନ ରଖାଯାଉ। ଯେଉଁଠାରେ ସାଭରକର ବନ୍ଦୀ ଜୀବନ କାଟିଥିଲେ। ତା’ହେଲେ ଯାଇ ଏମାନଙ୍କୁ ସାଭରକରଙ୍କ ଦେଶପ୍ରତି ବଳିଦାନ ଓ ଯୋଗଦାନ ସମ୍ପର୍କରେ ଅନୁଭବ ହେବ।

Share