ବୁଗୁଡ଼ା.୧୪।୬(ଡି.ଏନ୍.ଏ.): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଶନିବାର ଏବଂ ରବିବାର ଶଟ୍ଡାଉନ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବୁଗୁଡା ସହରରେ ରାସ୍ତା ଘାଟ ଜନଶୂନ୍ୟ ହୋଇଥିବା ବେଳେ ଜୀବନ ଯାତ୍ରା
ପ୍ରଭାବିତ ହୋଇଛି । କେବଳ ଔଷଧ ଦୋକାନକୁ ଛାଡି ସହରରେ ଦୁଇ ଦିନଧରି ଅନ୍ୟ ସମସ୍ତ ଦୋକାନ , ପରିବା ମାର୍କେଟ ମଧ୍ୟ ବନ୍ଦ ରହିଛି। ପୋଲିସ ସହରର ବିଭିନ୍ନ ଛକ ନିକଟରେ ଉପସ୍ଥିତ ରହି ଯାନବାହନ ଚଳାଚଳ ପ୍ରତି ସତର୍କ ଦୃଷ୍ଟି ରଖି ଯାଞ୍ଚ କରୁଛି।