ବୁଗୁଡ଼ା ସହରରେ ଶଟ୍‌ଡାଉନ୍‌ର ପ୍ରଭାବ: ରାସ୍ତାଘାଟ ଜନଶୂନ୍ୟ

ବୁଗୁଡ଼ା,୭ା୬(ଡି.ଏନ୍‌.ଏ.): ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସପ୍ତାହର ଶନିବାର ଏବଂ ରବିବାର ଦୁଇଦିନିଆ ଧରି ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ବୁଗୁଡା ସହରରେ ଦୁଇଦିନ ଶଟ୍‌ଡାଉନ୍‌ ନିୟମ ଲାଗୁ କରାଯାଇଛି। ଫଳରେ ରାସ୍ତାଘାଟ ଜନଶୂନ୍ୟ ହେବା ସହିତ କେବଳ ଔଷଧ ଦୋକାନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଦୋକାନ, ପରିବା ବଜାର ବନ୍ଦ ରହିଛି। ଲୋକମାନେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Share