Categories: ଖେଳ

ବୁଟ୍‌ କିଣିବାକୁ ଅର୍ଥ ନ ଥିବାରୁ ବ୍ୟାଣ୍ଡେଜ ବାନ୍ଧି ଦୌଡ଼ି ଜିତିଲେ ୩ ସ୍ବର୍ଣ୍ଣ

ମାନିଲା,୧୫।୧୨- ଫିଲିପାଇନ୍ସରେ ଜଣେ କୁନି ବାଳିକା ଆଥ୍‌ଲେଟଙ୍କ କ୍ରୀଡ଼ା ପ୍ରତି ସମର୍ପଣ ସଭିଙ୍କୁ ଚକିତ କରିଛି। ବୁଟ୍‌ କିଣିବାକୁ ଅର୍ଥ ନ ଥିବାରୁ ପାଦରେ ବ୍ୟାଣ୍ଡେଜ ବାନ୍ଧି ଦୌଡ଼ିଥିଲେ। ଆଉ ଜିତିଲେ ୩ ସ୍ବର୍ଣ୍ଣ। ରିୟା ବୁଲୋସ ନାମ୍ନୀ ଆଥ୍‌ଲେଟ ଆନ୍ତଃ ସ୍କୁଲ ଦୌଡ଼ ପ୍ରତିଯୋଗିତାରେ ପାଦରେ ଭିନ୍ନ ଜୋତା ପିନ୍ଧିଥିଲେ। ବ୍ୟାଣ୍ଡେଜ ଦ୍ୱାରା ସେ ଏହି ଜୋତା ତିଆରି କରିଥିଲେ। କେବଳ ଏତିକି ନୁହେଁ, ବୁଟ୍‌ରେ ନାଇକର ଲୋଗୋ ମଧ୍ୟ ଲଗାଇଥିଲେ। ସିବିଏସ୍‌ ସ୍ପୋଟର୍‌ସ ଅନୁଯାୟୀ, ଏହି ଆଥ୍‌ଲେଟ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ୪୦୦ ମିଟର, ୮୦୦ ମି. ଓ ୧୫୦୦ ମି. ଦୌଡ଼ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଛନ୍ତି। କୋଚ୍‌ ପେଡ୍ରିରିକ ବି. ଭାଲେନଜୁଏଲା ସୋସିଆଲ ମିଡିଆରେ ଉକ୍ତ ଆଥ୍‌ଲେଟଙ୍କ ଫଟୋ ଶେୟାର କରିଥିଲେ। ଏହାପରେ ନାଇକ କମ୍ପାନୀକୁ ଉକ୍ତ ଆଥ୍‌ଲେଟଙ୍କୁ ସହାୟତା ପାଇଁ ଅନୁରୋଧ କରିଥିଲେ। ଏକ ବାସ୍କେଟବଲ ଷ୍ଟୋର ମାଲିକ ଜେଫ କାରିଆସୋ ଟୁଇଟର ୟୁଜର୍ସଙ୍କ ଠାରୁ ନମ୍ବର ନେବା ପରେ ବୁଲୋସଙ୍କୁ ସହାୟତାର ହାତ ବଢ଼ାଇଛନ୍ତି।

Share