ବିଜେପୁର, ୧୬।୧୦(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ୫ ଦିନ ବାକି ଅଛି। ଏହା ପୂର୍ବରୁ ଅର୍ଥାତ୍ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ଏହାର ଅବ୍ୟବହିତ ପୂର୍ବରୁ ବିଜେପୁର ବ୍ଲକର ବୁଡ଼ାପାଲିରେ ବିଜେଡି ପକ୍ଷରୁ ମହିଳା କର୍ମୀ ସମାବେଶ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟବେକ୍ଷକ ତଥା ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ଅରୁଣ ସାହୁ, ମନ୍ତ୍ରୀ ସୁଶାନ୍ତ ସିଂ, ସିନେ ତାରକା ଅରିନ୍ଦମ ରାୟ, ଜିଲା ଉପସଭାପତି ଜନାର୍ଦ୍ଦନ ପାଣିଗ୍ରାହୀ, କଟକର ଆଇନଜୀବୀ କମଳାକାନ୍ତ ମହାରଣା, ଭୀଷ୍ମଦେବ ସରାଫ ପ୍ରମୁଖ ଉଦ୍ବୋଧନ ଦେଇ ରୀତାଙ୍କୁ ବିଜୟୀ କରିବାକୁ ନିବେଦନ କରିଥିଲେ। ଏହି ସମାବେଶରେ ଦୁଇ ହଜାରରୁ ଊଦ୍ଧର୍ବ ମହିଳା ଯୋଗ ଦେଇଥିଲେ।
Posted inଆମ ଜିଲା ଖବର, ବରଗଡ଼