ବିଜେପୁର, ୬।୨ (ଡି.ଏନ୍.ଏ.)- ଗାଁଗଁଲିନୁ ସହରତକ୍ ଛୁଆକୁ ସରକାରୀ ସ୍କୁଲ ମୁହାଁ କରବାକେ ରାଏଜ୍ ସରକାର ଭିନ୍ ଭିନ୍ ଯୋଜନା କାଯକାରୀ କରୁଛନ୍। ମାହାଲିଆ ପେଁଟ୍ସାଟ୍, ଜୁତା, ବହିପତର, ବେଲାକେ ପୁଷ୍ଟିକର ଖାଏଦ୍ ସଂଗେ ସୁଁଦର ପଢ଼ାକୁଠି ତିଆରି ଲାଗି କୋଟି କୋଟି ଟଁକା ସାରୁଛନ୍। ହେଲେ ବିଭାଗୀୟ କରମଚାରୀକଁର୍ ଅବହେଲା, ଉଦାସୀନତା ଲାଗି କେନ୍ଠାନେ ପଢ଼ାକୁଠି ତ କେନ୍ଠାନେ ଶିକ୍ଷକ ଅଭାବୁ ଛାତ୍ରୀଛାତ୍ରକଁର ପାଠ୍ପଢ଼ାରେ ଖେଲ୍ଢ଼େପ ହେଉଛେ।
ସୂଚନା ଅନ୍ସାରେ ବରଗଡ଼ ଜିଲା ବିଜେପୁର ବ୍ଲକ ବୁଡ଼ାପାଲି ପଁଚେତ୍ ସଦରରେ ଅଂଚଲରେ ଶିକ୍ଷାର ବଢ଼ତି ଲାଗି ୧୯୩୬ ସାଲେ ଇ ସ୍କୁଲ ଥାପନା ହେଇଥିଲା। ଇ ସ୍କୁଲରେ ପାଠ୍ ପଢ଼ିଥିବାର ପିଲାଛୁଆମାନେ ଏହେଦେ ଭିନ୍ ଭିନ୍ ବିଭାଗଥି ଚାକରି କରି ଅଂଚଲର ନଁା ରଖିଛନ୍। ଦିନେ ଅଂଚଲର ଶିକ୍ଷାର ବଢ଼ତି ଲାଗି ଥାପନା କରାଯାଇଥିବାର ଇ ହାଇସ୍କୁଲର ହାଲ୍ ଏହେଦେ ଅଁାଖିଥି ନାଇଁଦେଖ୍ଲେ ବିଶୁଆସ କରି ନାଇଁପାରେ। ଏହେଦେ ୧ମରୁ ୧୦ମ ଶ୍ରେଣୀ ତକ୍ ରହିଥିବାର ଇ ହାଇସ୍କୁଲରେ କୁଲ ୩୧୦ ଝନ୍ ଛାତ୍ରୀଛାତ୍ର ପାଠ୍ ପଢ଼ୁଛନ୍। ସ୍କୁଲର ଦୁଇଟା କୁଠି ଭଂଗା ଦଦ୍ରା ହେଇ ବିପଦ୍ ଅବସ୍ତାରେ ରହିଥିଲାବେଲେ କୁଲ ୬ଟା ନ କୁଠି ରହିଛେ। ଯେନଥିର୍ଲାଗି ୩ଟା ଶ୍ରେଣୀର ଛାତ୍ରୀଛାତ୍ର ସ୍କୁଲ ବାରନ୍ଡାଥି ବସି ପାଠ୍ ପଢ଼ୁଥିବାର ଅଭିଯୋଗ ହେଉଛେ। ସେନ୍ତା କୁଠା ଅଭାବ ଲାଗି ସାଇନ୍ସ ଲାବୋରେଟୋରୀ, ଲାଇବ୍ରେରୀର ବହିପତର ଛାତ୍ରୀଛାତ୍ର ବେଭାର କରି ନାଇଁପାରୁଥିବାର ଅଭିଯୋଗ ହେଉଛେ। ହାଇସ୍କୁଲରେ ଇହାଦେ ୧୧ ଝନ୍ ଶିକ୍ଷୟିତ୍ରୀ ଶିକ୍ଷକ ରହିଥିଲେ ବି କୁଠା ଅଭାବୁ ଛାତ୍ରୀଛାତ୍ରକଁର ପାଠ୍ପଢ଼ାରେ ଖେଲଢ଼େପ ହେଉଥିବାର ଅଭିଯୋଗ ହେଉଛେ। ଇଆଡ଼େ ସରକାର ସ୍କୁଲମାନକେ ଉଚ ମାନର ଶିକ୍ଷା ଦିଆଯାଉଥିବାର କଥା କହୁଛନ୍। ହେଲେ କୁଠା ଅଭାବୁ ଇଠାନେ ଛାତ୍ରୀଛାତ୍ର କେନ୍ଥେଇ ପଢ଼ୁଥିବେ ଇଥ୍ରୁ ବୁଝାପଡ଼ୁଛେ ବଲି ଅଂଚଲରେ ଚରଚା ହେଉଛେ। ସେନ୍ତା ସ୍କୁଲରେ ଭଂଗା ଦଦ୍ରା କୁଠାମାନ ବିପଦ୍ ଅବସ୍ତାରେ ରହିଥିଲେ ବି ସେଟା ଭଂଗା ନାଇଁଯିବାର। ଏନ୍ତାଥି ଛାତ୍ରୀଛାତ୍ର ସବୁବେଲେ ଭଏଭିତ ଅବସ୍ତାରେ ରହୁଛନ୍। ସ୍କୁଲର ସମସିଆ ବାବ୍ଦେ ବିଭାଗୀୟ ଅଧ୍କାରୀମାନକୁ ଗୁହାରି କରି ଥକି ଗଲୁଁନ, ହେଲେ କିଛି ଲାଭ ନାଇଁ ହେବାର ବଲି ସ୍କୁଲ ପରିଚାଲନା କମିଟି ଅଭିଯୋଗ କରିଛନ୍।