ବୁଡ଼ିଗଲାଣି ବୋଳଂ ଲୁଣଚାଷ

ବାଲିଆପାଳ, ୧୨।୯(ଡି.ଏନ.ଏ.)-ବାଲେଶ୍ୱର ଜିଲାର ବାଲିଆପାଳ ବ୍ଲକ ଅନ୍ତର୍ଗତ ଉପକୂଳବର୍ତ୍ତୀ ବୋଳଂ ପଞ୍ଚାୟତ ଓ ଆଖପାଖ ଅଞ୍ଚଳରେ ହେଉଥିବା ଲୁଣ ଚାଷ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଲୁଣ ଚାଷ କରି ଜୀବିକା ନିର୍ବାହ କରୁଥିବା ଚାଷୀ ବୃତ୍ତିହରା ହୋଇପଡିଛନ୍ତି। ଏଠାରେ ଗଢି ଉଠିଥିବା ସମବାୟ ସମିତି ‘ସଲ୍ଟ ମାନୁଫାକଚରିଂ ଇଣ୍ଡଷ୍ଟ୍ରିଜ’ ଅକାମୀ ହୋଇପଡିଛି। ଓଡିଶାରେ ଲୁଣ ଉତ୍ପାଦିତ ହେଉଥିବା ଗଞ୍ଜାମ ଜିିଲାର ହୁୁମ୍ମା, ସୁରନ୍ଦା, ସୁମଣି ଆଦି ସ୍ଥାନର ଲୁଣଠାରୁ ବୋଳଂ ଲୁଣର ଗୁଣବତ୍ତା ଅଧିକ ା ଏଥିରେ ଶତକଡା ୧୫ ଭାଗ ଆୟୋଡିନ ରହିଥାଏ। ବୋଳଂ ଲୁଣ ଚାଷର ପୁନଃ ଉଦ୍ଧାର ଓ କାରଖାନ ପ୍ରତିଷ୍ଠା ସକାଶେ ସରକାରୀ ସ୍ତରରେ ହୋଇଥିବା ଯୋଜନା କେବଳ କାଗଜପତ୍ରରେ ସୀମିତ ରହିଛି ବୋଲି ଲୁଣ ଚାଷୀ ଲକ୍ଷ୍ମୀଧର ସାମନ୍ତ, ସୁଧୀର ମଣ୍ଡଳ, ବିକାଶ ମଣ୍ଡଳ, ଅରୁଣ ମଇକାପ,ସୁମତୀ ମଇକାପ, ସାଧନା ମଣ୍ଡଳ ପ୍ରମୁଖ ଅଭିଯୋଗ କରିଛନ୍ତି ା
ଅତୀତରେ ଲୁଣ ଚାଷକୁ ଜୀବିକା କରି କେବଳ ବୋଳଂ ପଞ୍ଚାୟତର ୫ଶହରୁ ଊର୍ଦ୍ଧ୍ୱ ପରିବାର ଗୁଜୁରାଣ ମେଣ୍ଟାଉଥିଲେ। ଆୟୋଡିନ ମିଶ୍ରିତ ଲୁଣ ବିକ୍ରି ହେବା ପରେ ଏଠାକାର ଚାଷୀ ଉପତ୍ାଦନ କରୁଥିବା ଲୁଣକୁ ଆୟୋଡିନ ଯୁକ୍ତ କରିବା ପାଇଁ ସରକାର ଆବଶ୍ୟକ ମେଶିନ ଓ ପରୀକ୍ଷା ଗୃହ ଯୋଗାଇ ଦେଇଥିଲେ ା ପ୍ରାୟ ୭୦ ଦଶକରୁ ବୋଳଂ ଲୁଣ ଚାଷ ନିଜର ଏକ ସ୍ବତନ୍ତ୍ର ପରିଚୟ ହାସଲ କରିଥିଲା। ସରକାର ଯୋଗାଇଥିବା ମେଶିନ ଅଳ୍ପ କିଛି ମାସ ଚାଲି ଅଚଳ ହୋଇପଡିବାରୁ ଲୁଣ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା। ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ନେବାରୁ ଚାଷୀମାନେ ବାଧ୍ୟ ହୋଇ ଉପତ୍ାଦିତ ଲୁଣକୁ ଦଲାଲଙ୍କ ମାଧ୍ୟମରେ ଖୁବ କମ ଦରରେ ବିକ୍ରି କରି କ୍ଷତି ସହିଥିଲେ। ଏଭଳି ସ୍ଥିତିରେ କେତେକ ଚାଷୀ ଲୁଣଚାଷ ଛାଡି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲିଯାଇଥିଲେ ା ଲୁଣ ଚାଷୀଙ୍କଠାରୁ ସରକାର ଭୂମି କର ବାବଦରେ ଅଧିକ୨୦ ଗୁଣ ଅର୍ଥ ଆଦାୟ କରିବାରୁ ଏହା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଥିଲା। ୧୯୭୦ରୁ ୧୯୯୬ ପର୍ଯ୍ୟନ୍ତ ଲାଭରେ ଚାଲିଥିବା ସମବାୟ ସମିତି କ୍ରମେ ରୁଗ୍ଣ ହୋଇପଡିଥିଲା। ବୋଳଂ ଅଞ୍ଚଳର ୫ଶହରୁ ଊର୍ଦ୍ଧ୍ୱ ପରିବାର ସେହି ଦିନରୁ ବୃତ୍ତିହରା ହୋଇ ଦୁର୍ଦ୍ଦଶାମୟ ଜୀବନକୁ ଆଦରି ନେଇଛନ୍ତି।
ଲୁଣ ଉପତ୍ାଦନ ପାଇଁ ବୋଳଂରେ ବ୍ୟାପକ ଭିତ୍ତିଭୂମି ଥିଲେ ମଧ୍ୟ ଏହାର ଉପଯୋଗ କରାଯାଉ ନାହିଁ । ଏବେ ଲୋକେ ଖୋଲା ବଜାରରୁ ବିଭିନ୍ନ କମ୍ପାନୀର ଆୟୋଡିନଯୁକ୍ତ ଲୁଣ କିଲୋପ୍ରତି ୧୫ରୁ୨୦ ଟଙ୍କାରେ କିଣୁଛନ୍ତି ା ହେଲେ ବୋଳଂ ଲୁଣକୁ ଉପଯୋଗ କରାଯାଇ ପାରିଲେ ଲୋକେ କିଲୋପ୍ରତି ୮ରୁ ୧୦ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରନ୍ତେ ା ଚାଷୀମାନେ ପୂର୍ବଭଳି କର୍ମନିଯୁକ୍ତି ପାଇ ଏହି ପାରମ୍ପରିକ ଲୁଣ ଚାଷକୁ ବଞ୍ଚାଇ ରଖି ପାରନ୍ତେ। ଏଥର ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବୋଳଂ ଲୁଣ ଚାଷର ପୁନଃ ଉଦ୍ଧାର କରାଯିବା ସହ କାରଖାନ ପ୍ରତିଷ୍ଠା ଲାଗି ଏକ ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏ ଦିଗରେ କୌଣସି କାମରେ ଅଗ୍ରଗତି ହୋଇନାହିଁ ବୋଲି ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri