ବୁଡ଼ିଲା ଟ୍ରଲର: ଜଣେ ନିଖୋଜ, ଅଳ୍ପକେ ବର୍ତ୍ତିଲେ ୧୦ ମତ୍ସ୍ୟଜୀବୀ

ଭୋଗରାଇ,୨୭।୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ଦିଘା ମୁହାଣରୁ ମାଛ ମାରି ଫେରୁଥିବା ଏକ ଟ୍ରଲର ସମୁଦ୍ର ଢେଉରେ ଭାରସାମ୍ୟ ହରାଇ ଶୁକ୍ରବାର ମଧ୍ୟାହ୍ନରେ ଓଲଟି ପଡ଼ିଛି। ଫଳରେ ଜଣେ ବଙ୍ଗୀୟ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିବା ବେଳେ ୧୦ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନିଖୋଜ ମତ୍ସ୍ୟଜୀବୀ ହେଲେ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲାର ନନ୍ଦିଗ୍ରାମ ଅଞ୍ଚଳର ନିର୍ମଳ ଦାସ (୨୮)। ତେବେ ଉଦ୍ଧାର କାର୍ଯ୍ୟ ଜାରିରହିଛି।