ବୁଡାଗୁଡା, କଡଗାବାଲିରେ ବ୍ୟାପୁଛି ଝାଡାବାନ୍ତି: ପହଁଚିଲା ସ୍ବାସ୍ଥ୍ୟ ଟିମ୍‌, ମାସକରେ ୨ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡ଼ି,୨୭।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ କଡ଼ଗାବାଲି ଗ୍ରାମରେ ଝାଡ଼ାବାନ୍ତି ବ୍ୟାପୁଛି। ଡଙ୍ଗେଶ୍ୱର ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ସୁବାଜିନୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ସୁବାଜିବୀ ଗର୍ଭବତୀ ଥିବାବେଳେ ଉଭୟଙ୍କ ଅବସ୍ଥା ଗୁରୁତର ରହିଛି। ଦାରିଙ୍ଗବାଡ଼ି ଭ୍ରାମ୍ୟମାଣ ଚିକିତ୍ସା ଦଳର ଡାକ୍ତର ଅମ୍ବିକା ପ୍ରସାଦ ଶତପଥୀ, ବୁଡାଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ଡାକ୍ତର ସୁଚିତ୍ରା ମେହେର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ବଂଶୀଧର ପାତ୍ର ପହଞ୍ଚତ୍ ସେମାନଙ୍କୁ ଚିକିତ୍ସା କରିଛନ୍ତି। ଫୁଲବାଣୀରୁ ଜିଲା ସ୍ବାସ୍ଥ୍ୟ ବିଭାଗର ୨ ଜଣିଆ ଡାକ୍ତର ଟିମ୍‌ ମଧ୍ୟ କଡ଼ଗାବାଲିରେ ପହଞ୍ଚତ୍ଛି। ସୋମବାର ମୋଟ ୧୩ ଜଣଙ୍କୁ ଚିକିତ୍ସା କରାଯାଇଛି। ସେହପିପରି ବୁଡାଗୁଡ଼ା ଗ୍ରାମର ଏକ ପଡ଼ାରେ ୧୪ ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଇ ଓୌଷଧ ଦିଆଯାଇଛି।
ଘଟଣାସ୍ଥଳରେ ବାଲିଗୁଡ଼ା ଉପଜିଲାପାଳ ଦେବେନ୍ଦ୍ର କୁମାର ନନ୍ଦ ଏବଂ ଦାରିଙ୍ଗବାଡ଼ି ବିଡିଓ ଡ. ଜଗଦୀଶ ଷଡଙ୍ଗୀ ଉପସ୍ଥିତ ରହିଛନ୍ତି। କେଉଁ କାରଣରୁ ଏଭଳି ଝାଡ଼ାବାନ୍ତି ବ୍ୟାପିଲା ତାହା ତଦନ୍ତ କରାଯିବା ସହ ଗଁାର ଜଳଉତ୍ସ ଚୁଆ ଆଦିରୁ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଏଥିସହ ବ୍ଲିଚିଂ ପକାଇ ବିଶୋଧନ ମଧ୍ୟ କରାଯାଇଛି। ଦୂଷିତ ପାଣି ପାଇଁ ଝାଡ଼ାବାନ୍ତ ବ୍ୟାପିଥିବା ଉପଜିଲାପାଳ ଦେବେନ୍ଦ୍ର ନନ୍ଦ କହିଛନ୍ତି। ଝାଡାବାନ୍ତିରେ ମାସେ ମଧ୍ୟରେ ବୃଦ୍ଧା ତୃତୀୟା ପାତ୍ର ଓ ପେଟା ମଲ୍ଲିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

Share