Categories: ଜାତୀୟ

ବୁଡିଗଲାଣି କାଜିରଙ୍ଗା ଜାତୀୟ ଉଦ୍ୟାନର ୯୦ ଭାଗ

ଗୁଆହାଟି,୧୬।୭: ଆସାମର ପ୍ରାୟ ୩୦ଟି ଜିଲାରେ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି। ଏଠାକାର ପାଖାପାଖି ୪ହଜାର ୧୫୭ଟି ଗାଁ ଟାପୁରେ ପରିଣତ ହୋଇଛି। ଏହି ବନ୍ୟାରେ ପ୍ରାୟ ୪୨ ଲକ୍ଷ ୮୬ ହଜାର ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। କେବଳ ମଣିଷ ନୁହେଁ ଜୀବଜନ୍ତୁ ମାନେ ମଧ୍ୟ ବନ୍ୟା ଜଳରେ ଉବୁଟୁବୁ ହେଉଛନ୍ତି। ଏଠାରେ ଥିବା କାଜିରଙ୍ଗା ଜାତୀୟ ଉଦ୍ୟାନର ପ୍ରାୟ ୯୦ ଭାଗ ଜଳମଗ୍ନ ହୋଇ ଗଲାଣି। ଗଣ୍ଡା, ହରିଣ, ମଇଁଷି, ହାତୀ ଆଦି ଜୀବ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଥିବା ପରିଲକ୍ଷିତ ହୋଇଛି। ଏମାନଙ୍କୁ ସୁରକ୍ଷା ଦେବାକୁ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଥିବା ବେଳେ ବନ୍ୟା ପରେ ଅଧିକାଂଶ ପ୍ରାଣୀଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି।

Share