ମୁମ୍ବାଇ,୧।୭: ଗତ ୩ ଦିନ ଧରି ମୁମ୍ବାଇରେ ଲଗାଣ ବର୍ଷା ଫଳରେ ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହେବା ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସିଅନ ଓ ମୁଟୁଙ୍ଗା ମଧ୍ୟରେ ରେଲଓ୍ବେ ଟ୍ରାକ୍ରେ ପାଣି ଜମି ଯିବାରୁ ଅଧିକାଂଶ ଟ୍ରେନ୍କୁ ବାତିଲ କରାଯାଇଥିବା ବେଳେ ଆଉ କିଛି ଟ୍ରେନ୍ ବିଳମ୍ବରେ ଚାଲୁଛି। ଅଧିକାଂଶ ଟ୍ରାକ୍ର ଅବସ୍ଥା ଏହିପରି ଥିବାରୁ ଯାତ୍ରୀଙ୍କ ସୁବିଧା ପାଇଁ ଓ୍ବେଷ୍ଟର୍ଣ୍ଣ ରେଲଓ୍ବେ ପକ୍ଷରୁ ହେଲ୍ପ ଡେସ୍କ ନମ୍ବର ଜାରି କରାଯାଇଛି। ସେହିପରି ରାସ୍ତା ଗୁଡିକରେ ପାଣି ଜମା ହୋଇ ଯାଇଥିବାରୁ ପିଲାମାନେ ସ୍କୁଲ ଯିବାରେ ମଧ୍ୟ ଅସୁବିଧା ସୃଷ୍ଟି ହେଉଛି। ଏପଟେ ବର୍ଷା ଆଉ ଦିନେ ଦୁଇ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଥିବା ବେଳେ ଆକଶ୍ୟକ ନ ଥିଲେ ଘରୁ ନ ବାହାରିବାକୁ ପ୍ରଶାସନ ଚେତାବନୀ ଦେଇଛି।