Categories: ଫୁରସତ

ବୁଢ଼ିଆଣୀ ପିଠିରେ ମଣିଷ ମୁହଁ

ସେଣ୍ଟ୍ରାଲ ଚାଇନାର ହ୍ୟୁନାନ୍‌ ଅଞ୍ଚଳରୁ ଏକ ଭିନ୍ନ ପ୍ରଜାତିର ବୁଢ଼ିଆଣୀ ପିଠିରେ ଅବିକଳ ମଣିଷ ମୁହଁ ଭଳି ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ଏହି ବୁଢ଼ିଆଣୀର ଭିଡିିିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ମୁହଁରେ ପୂରା ଆଖି, ପାଟି ରହିଥିବା ଜଣାଯାଉଛି। ଚାଇନାର ନ୍ୟୁଜପେପର ପିପୁଲସ୍‌ ଡେଲି ଚାଇନା ଏହି ଭିଡିିଓକୁ ତା’ ଟୁଇଟର ପେଜ୍‌ରେ ‘ସ୍ପାଇଡର ମ୍ୟାନ ମିଳିଛି କି?’ କ୍ୟାପଶନ ସହ ଶେୟାର କରିଛି। ହ୍ୟୁନାନ ଅଞ୍ଚଳର ଜିଆଙ୍ଗଜିଙ୍ଗ ସହରରେ ରହୁଥିବା ଲି’ ନାମକ ଜଣେ ମହିଳା ତାଙ୍କ ଘରେ କୁଣ୍ଡରେ ଲଗାଯାଇଥିବା ଏକ ଗଛରେ ବୁଢିଆଣୀକୁ ଦେଖିବାକୁ ପାଇଥିଲେ। ଲି’ କହନ୍ତି, ବୁଢ଼ିଆଣୀ ପିଠିରେ ପଡ଼ିଥିତ୍ବା ରେଖାଗୁଡିକ ଠିକ୍‌ ମଣିଷ କେଶ ଭଳି ଦେଖାଯାଉଛି।

Share