ବୁଢ଼ୀ ହେଲେ ଏମିତି ଦିଶିବେ ସୋନମ..

ମୁମ୍ବାଇ: ବଲିଉଡର ଫ୍ୟାଶନ ଡିଭା କହିଲେ ବୁଝାଯାଏ ସୋନମ କପୁରଙ୍କୁ। ଅନେକାଂଶରେ ଏହା ସତ ମଧ୍ୟ। ବିମାନବନ୍ଦର ହେଉ ଅଥବା କୌଣସି ପାର୍ଟି, ସବୁଥିରେ ସୋନମ୍‌ଙ୍କ ଫ୍ୟାଶନ୍‌ ସେନ୍ସ ବାରି ହୋଇପଡେ। ସବୁବେଳେ କିଛି ନୂଆ ଲୁକ୍‌ରେ କ୍ୟାମେରାରେ କଏଦ ହେବାକୁ ସେ ପସନ୍ଦ କରନ୍ତି। ଅଭିନୟ ସହ ନିଜର ନିଆରା ଲୁକ୍‌କୁ ନେଇ ସୁନ୍ଦରୀ ସୋନମଙ୍କ ଦେଶ ତଥା ବିଦେଶରେ ଅନେକ ପ୍ରଶଂସକ। ଏହି କ୍ରମରେ ଜଣେ ପ୍ରଶଂସକ ସୋନମ୍‌ ୭୫ ବର୍ଷର ବୁଢ଼ୀ ହେବା ପରେ କିଭଳି ଦେଖାଯିବେ ତାହାକୁ ନେଇ ଏକ ଫଟୋ ଶେୟାର କରିଥିଲେ। ଏହା ସୋନମଙ୍କୁ ବହୁତ ଭଲ ଲାଗିଥିଲା। ଏଣୁ ସେ ଏହାକୁ ନିଜର ଇନ୍‌ଷ୍ଟା ଷ୍ଟୋରୀରେ ରଖିଛନ୍ତି। ବୁଢ଼ୀ ବେଳେ ବି ସେ ସୁନ୍ଦର ଦିଶିିବେ। ସତରେ ସେ ସର୍ବଦା ସୌନ୍ଦର୍ଯ୍ୟର ରାଣୀ ବୋଲି ପ୍ରଶଂସକଜଣଙ୍କ ଅଭିହିତ କରିଛନ୍ତି। ଫଟୋଟିକୁ ଦେଖିଲେ ମଧ୍ୟ ଆପଣଙ୍କୁ ତାହା ଲାଗିପାରେ। ତେବେ ସୋନମ୍‌ ଏବେ ତାଙ୍କ ଆଗାମୀ ଫିଲ୍ମ ‘ଜୋୟା ଫ୍ୟାକ୍ଟର’ରେ କାମ କରୁଛନ୍ତି। ଏହା ଲେଖିକା ଅନୁଜା ଚୌହ୍ବାନଙ୍କ ଏକ ପୁସ୍ତକ ଉପରେ ଆଧାରିତ। ଚଳିତ ବର୍ଷ ସେପ୍ଟେମ୍ବରରେ ଏହା ପରଦାକୁ ଆସିବ।

Share