ବୁଦାମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଗୁଣପୁର,୨୨।୧୧(ଡି.ଏନ୍‌.ଏ.): ରାୟଗଡା ଜିଲା ଗୁଡ଼ାରୀ ଏନ୍‌ଏସି ହାଇସ୍କୁଲ ପରିସରର ବୁଦାମୂଳରୁ ଶୁକ୍ରବାର ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି। ସେଠାରେ କେହି ଜଣେ ନବଜାତକଙ୍କୁ ଛାଡି ଚାଲି ଯାଇଥିବା ବେଳେ ଶିଶୁର କାନ୍ଦଶୁଣି ଉକ୍ତ ସାହିର ପାଣ୍ଡବ ସାହୁ ନାମକ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିଥିଲେ। ପରେ ସେ ତାଙ୍କୁ ଗୁଡ଼ାରୀ ସ୍ବାସ୍ଥ୍ୟକେନ୍ଦ୍ର ନେଇ ଚିକିତ୍ସା କରାଇଥିଲେ। ତେବେ ଶିଶୁଟି ସୁସ୍ଥଥିବା ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି।