ବୁଦ୍ଧଖୋଲ ମହୋତ୍ସବ ଉଦ୍‌ଯାପିତ: ଦର୍ଶକଙ୍କୁ ଝୁମାଇଲେ ଶଶାଙ୍କ, ଦୀପ୍ତିରେଖା

ବୁଗୁଡ଼ା,୧୫ା୧(ଡି.ଏନ.ଏ.)-ବୁଗୁଡ଼ା ନିକଟସ୍ଥ ମହୋତ୍ସବ ପଡ଼ିଆରେ ଶୁକ୍ରବାରରୁ ଆରମ୍ଭ ହୋଇଥିବା ବୁଦ୍ଧଖୋଲ ମହୋତ୍ସବ ସୋମବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ମହୋତ୍ସବର ଚତୁର୍ଥ ସନ୍ଧ୍ୟାକୁ ଯୋଜନା ଓ ସଂଯୋଜକ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉଦ୍‌ଘାଟନ କରିଥିଲେ। ମହୋତ୍ସବର ସଭାପତି ତଥା ବିଧାୟକ ଶ୍ରୀକାନ୍ତ ସାହୁ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷା ସୋନମ ପଲାଇ ଏବଂ ଚଳଚ୍ଚିତ୍ର ତାରକା ଅର୍ଚ୍ଚିତା ସାହୁ, କଣ୍ଠଶିଳ୍ପୀ ଦିପ୍ତୀରେଖା ଓ ଶଶାଙ୍କ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ପୋଲସରା ବ୍ଲକ ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ବୁଦ୍ଧଖୋଲ ଉନ୍ନୟନ ସମିତିର କାର୍ଯ୍ୟକାରୀ ସଭାପତି ଧରଣୀ ପଣ୍ଡା, ଉପସଭାପତି ଚନ୍ଦନ ଚର୍ଚ୍ଚିତ ପାତ୍ର, ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ, ସମ୍ପାଦକ ଗଙ୍ଗାଧର ବିଷୋୟୀ, ଜିଲା ପରିଷଦ ସଭ୍ୟ ରେବତୀ ମୋହନ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବୁଗୁଡ଼ାର କଣ୍ଠଶିଳ୍ପୀ ଶୁଭଶ୍ରୀ ପଟ୍ଟନାୟକ, ବିସ୍ମୟ ବାଳକ ସାଇ ଆନିଶ ପଟ୍ଟନାୟକ, ବକ୍ସର ଜଗନ୍ନାଥ ମହାନ୍ତି, ଗାୟକ ମାନସ ରଞ୍ଜନ ହୋତା ଓ ଅନ୍ବେଷ ରଞ୍ଜିତ ପାତ୍ରଙ୍କ ସମେତ ଅନ୍ୟାନ୍ୟ କୃତୀ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶିଷ୍ଠ ଅଭିନେତ୍ରୀ ଅର୍ଚ୍ଚିତା, କଣ୍ଠଶିଳ୍ପୀ ଦିପ୍ତୀରେଖା ଓ ଶଶାକଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ଲୋକଙ୍କୁ ବେଶ ମଜା ଦେଇଥିଲା। ପରିଚାଳନାରେ କୋଷାଧ୍ୟକ୍ଷ କେ. ତ୍ରିଲୋଚନ ଦୋରା, ରାଜେନ୍ଦ୍ର ପାଢ଼ୀ, ବୈଷ୍ଣବ ଚରଣ ଦାଶଙ୍କ ସମେତ ଉନ୍ନୟନ ସମିତିର ସମସ୍ତ ସଭ୍ୟମାନେ ସହଯୋଗ କରିଥିଲେ। ଅଗ୍ନିଶମ ବିଭାଗ, ପୋଲିସ ପ୍ରଶାସନ, ବନ ବିଭାଗ ଓ ବିଦ୍ୟୁତ୍‌ ବିଭାଗର ଅଧିକାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

Share