Advertisement

ବୁଦ୍ଧିମତ୍ତା ବଢ଼ାଏ ଫଳମୂଳ

ତଟକା ଫଳମୂଳ ଆମ ଶରୀର ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ବିଶେଷଭାବରେ ଏହାକୁ ଯଦି ଆମେ ବ୍ରେକଫାଷ୍ଟରେ ସାମିଲ କରିବା ତେବେ ତାହାର ଉପକାରୀ ଗୁଣକୁ ଉପଲବ୍ଧି କରିହେବ। ଫଳମୂଳ ଖାଇବା ଦ୍ୱାରା ବୁଦ୍ଧିମତ୍ତାର ବିକାଶ ଘଟିଥାଏ। ଏପରି ଏକ କୌତୂହଳପୂର୍ଣ୍ଣ ତଥ୍ୟ ନିକଟରେ ଲୋକଲୋଚନକୁ ଆସିଛି। ‘ତଟକା ଫଳମୂଳ ଓ ବୁଦ୍ଧିମତ୍ତା’ ବିଷୟବସ୍ତୁ ଉପରେ ଲଣ୍ଡନ ବିଶ୍ୱବିଦ୍ୟାଳୟର ପୁଷ୍ଟି ବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ଏହାର ଅନ୍ତର୍ଭୁକ୍ତ ବ୍ୟକ୍ତିମାନଙ୍କୁ ନିୟମିତ ବ୍ରେକଫାଷ୍ଟରେ ତଟକା ଫଳମୂଳ ଖାଇବାକୁ ପରାମର୍ଶ ଦିଆଯାଇଥିଲା। ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଏହାଦ୍ୱାରା ସେମାନଙ୍କର ବୁଦ୍ଧିମତ୍ତାର କିପରି ବିକାଶ ହେଉଛି ତାହାକୁ ତନ୍ନ ତନ୍ନ କରି ନିରୀକ୍ଷଣ କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ଏହାକୁ ଖାଇବା ଦ୍ୱାରା ସେମାନଙ୍କର ବୁଦ୍ଧିମତ୍ତାର ବିକାଶ ହେଉଥିବାର ସେମାନେ ଜାଣିପାରିଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ ବ୍ରେକଫାଷ୍ଟ ନିୟମିତ କରିବା ସହ ଏହି ତାଲିକାରେ ତଟକା ଫଳମୂଳ ସାମିଲ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel