ଆମେ ସକାଳୁ ଯେତେ ବ୍ୟସ୍ତ ରହିଲେ ମଧ୍ୟ ବ୍ରେକ୍ଫାଷ୍ଟ ବା ସକାଳ ଜଳଖିଆ ଖାଇବା ନିହାତି ଦରକାର। କାରଣ ଏହା ଆମ ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏହି ତାଲିକାରେ ତଟକା ଫଳମୂଳ, ଜୁସ୍ ଆଦି ସାମିଲ କରନ୍ତୁ। ଯଦି ଜଣେ ବ୍ୟକ୍ତି ନିୟମିତ ବ୍ରେକ୍ଫାଷ୍ଟ କରୁଛନ୍ତି ତେବେ ତାଙ୍କର ବୁଦ୍ଧିମତ୍ତା ପୂର୍ବାପେକ୍ଷା ସକ୍ରିୟ ରହିଥାଏ। ୟୁନିଭର୍ସିଟି ଅଫ୍ କାଲିଫର୍ନିଆର ପୁଷ୍ଟିବିଜ୍ଞାନୀମାନେ ଏପରି ମତବ୍ୟକ୍ତ କରିଛନ୍ତି। ନିକଟରେ ସେମାନେ ‘ବ୍ରେକ୍ଫାଷ୍ଟ ଓ ବୁଦ୍ଧିମତ୍ତା’ ଶୀର୍ଷକ ବିଷୟ ଉପରେ କରିଥିବା ସର୍ଭେରୁ ଏକଥା ଜଣାପଡ଼ିଛି। ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନେ ପ୍ରତିଦିନ ବ୍ରେକ୍ଫାଷ୍ଟ କରିବାକୁ ଭୁଲୁ ନ ଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ବ୍ୟକ୍ତିଙ୍କର ବୁଦ୍ଧିମତ୍ତା ପୂର୍ବାପେକ୍ଷା ଆହୁରି ସକ୍ରିୟ ଥିବା ଜଣାପଡ଼ିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।