Categories: ଜାତୀୟ

ବୁଧବାରରୁ ସୁପ୍ରିମକୋର୍ଟରେ ଜଣିକିଆ ଖଣ୍ଡପୀଠ

ନୂଆଦିଲ୍ଲୀ,୧୨ା୫: ସୁପ୍ରିମକୋର୍ଟରେ ବୁଧବାରଠାରୁ ପ୍ରଥମ ଥର ଲାଗି କେତେକ ମାମଲାର ଶୁଣାଣି ଜଣିକିଆ ଖଣ୍ଡପୀଠରେ ହେବ। ବହୁସଂଖ୍ୟାରେ ମାମଲା ବିଚାର ଅପେକ୍ଷାରେ ପଡ଼ିରହିଥିବାରୁ ଜଣିକିଆ ଖଣ୍ଡପୀଠରେ ସେଗୁଡ଼ିକର ଶୁଣାଣି ଲାଗି ନିଷ୍ପତ୍ତି ହୋଇଛି। ୭ ବର୍ଷ କିମ୍ବା ଏହାଠାରୁ କମ୍‌ ଜେଲ୍‌ଦଣ୍ଡ ହେବାକୁ ଥିବା ଅପରାଧ ମାମଲାରେ ଜାମିନ ଓ ଆଗୁଆ ଜାମିନ ଆବେଦନର ଶୁଣାଣି ଏହି ଖଣ୍ଡପୀଠରେ ହେବ। ପୂର୍ବରୁ ଏଭଳି ମାମଲା ର ଶୁଣାଣି ଦୁଇଜଣିଆ ଖଣ୍ଡପୀଠରେ ହେଉଥିଲା। ଗତବର୍ଷ ସେପ୍ଟେମ୍ବରରେ ସର୍ବୋଚ୍ଚ ଅଦାଲତ ନିୟମରେ ପରିବର୍ତ୍ତନ କରି ଜଣିକିଆ ଖଣ୍ଡପୀଠରେ ଜାମିନ ଓ ମାମଲା ସ୍ଥାନାନ୍ତର ପିଟିଶନଗୁଡ଼ିକ ଜଣିକିଆ ଖଣ୍ଡପୀଠରେ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଇନ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ଗତବର୍ଷ ଜୁଲାଇ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ୧୧.୫ ଲକ୍ଷରୁ ଅଧିକ ମାମଲାରେ ବିଚାର ଅପେକ୍ଷାରେ ପଡ଼ିରହିଥିଲା। କରୋନା ସଂକ୍ରମଣ ଲାଗି ସାରା ଦେଶ ଲକ୍‌ଡାଉନରେ ରହିଥିବାରୁ ସର୍ବୋଚ୍ଚ ଅଦାଲତରେ କେତେକ ଅତି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ହେଉଛି।

Share