ବୁଧବାର ଘରୋଇ ବସ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର,୭।୧(ବ୍ୟୁରୋ): ରାଜ୍ୟରେ ବୁଧବାର ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବ। ଭାରତ ବନ୍ଦ ଯୋଗୁ ବସ୍‌ ଚଳାଚଳ କରିବ ନାହିଁ। ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ବସ୍‌ ନ ଚଳାଇବାକୁ ମାଲିକମାନେ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ୧୦ଟି ଟ୍ରେଡ୍‌ ୟୁନିୟନ ପକ୍ଷରୁ ୧୨ ଦଫା ଦାବି ନେଇ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଏହି ଧର୍ମଘଟ ଡାକରା ଦିଆଯାଇଛି। ଓଡ଼ିଶାରେ ମଧ୍ୟ ଟ୍ରେଡ୍‌ ୟୁନିୟନଗୁଡ଼ିକର ଆଞ୍ଚଳିକ ଶାଖା ଏହି ଧର୍ମଘଟରେ ସାମିଲ ହେବେ। ଅତ୍ୟାବଶ୍ୟକ ସେବା ଛଡ଼ା ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ।

Share