Categories: ଜାତୀୟ

ବୁଧବାର ପୂର୍ବାହ୍ନ ୯ଟା ୨୮ରେ କାଟ୍ରୋସାଟ୍‌-୩ର ଉତ୍‌କ୍ଷେପଣ

ଶ୍ରୀହରିକୋଟା,୨୬।୧୧: ବୁଧବାର ପୂର୍ବାହ୍ନ ୯ଟା ୨୮ରେ କାଟ୍ରୋସାଟ୍‌-୩ର ଉତ୍‌କ୍ଷେପଣ କରାଯିବ। ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଦ୍ୱାରା ୧୪ଟି ଉପଗ୍ରହ ଉତ୍‌କ୍ଷେପଣ କରାଯିବ। ସେଥିମଧ୍ୟରେ ଆମେରିକାର ୧୩ଟି ବ୍ୟବସାୟିକ ଉପଗ୍ରହ ରହିଛି। ଉପଗ୍ରହଗୁଡ଼ିକୁ ପିଏସ୍‌ଏଲ୍‌ଭି-୪୭-ସି ଦ୍ୱାରା ଉତ୍‌କ୍ଷେପଣ କରାଯିବ। କାଟ୍ରୋସାଟ୍‌-୩ ଦ୍ୱାରା ଭାରତୀୟ ପ୍ରତିରକ୍ଷା ବିଭାଗର ଶକ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି। ଏହା ସୀମାରେ ଆତଙ୍କବାଦ ଗତିବିଧି ଉପରେ କଡ଼ା ନଜର ରଖିପାରିବ। ୧୫ ଶହ କିଲୋଗ୍ରାମ୍‌ ବିଶିଷ୍ଟ ଏହି ଉପଗ୍ରହକୁ ୫୦୯ କିଲୋମିଟର ଦୂରରେ ୯୭.୫ ଡିଗ୍ରୀରେ ପୃଥିବୀର କକ୍ଷପଥରେ ସ୍ଥାପନ କରାଯିବ।

Share