Categories: ଜାତୀୟ

ବୁଧବାର ରାଜ୍ୟ ସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍‌

ନୂଆଦିଲ୍ଲୀ,୧୦।୧୨: ନାଗରିକତା ସଂଶୋଧନ ବିଲ୍‌ ଲୋକସଭାରେ ଗୃହୀତ ହୋଇଛି। ଏବେ ଏହାକୁ ବୁଧବାର ରାଜ୍ୟ ସଭାରେ ଉପସ୍ଥାପନ କରାଯିବ। ନାଗରିକତା ସଂଶୋଧନ ବିଲ୍‌ରେ ୧୯୫୫ ନାଗରିକତା ଅଧିନିୟମରେ କେତେକ ପରିବର୍ତ୍ତନ ଅଣାଯାଇଛି। ଏହାଦ୍ୱାରା ପାକିସ୍ତାନ, ଆଫଗାନୀସ୍ତାନ, ବାଂଲାଦେଶ ଆଦି ଦେଶରୁ ଭାରତକୁ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଆସିଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ୍‌ ପ୍ରଭୃତି ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ। ଭାଜପା ପାଖରେ ଆବଶ୍ୟକ ୧୨୧ ସଦସ୍ୟଙ୍କଠାରୁ ଅଧିକ ସଦସ୍ୟ ଥିବାରୁ ରାଜ୍ୟ ସଭାରେ ଏହି ବିଲ୍‌ ସହଜରେ ଗୃହୀତ ହେବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share