Categories: ଖେଳ

ବୁମରା ପ୍ରଥମ ଏସୀୟ

ନର୍ଥ ସାଉଣ୍ଡ(ଆଣ୍ଟିଗୁଆ),୨୬।୮(ପିଟି): ଭାରତୀୟ ପେସର ଯଶପ୍ରୀତ ବୁମରାଙ୍କ ବଲକୁ ଓ୍ବେଷ୍ଟଇଣ୍ଡିଆନ ବ୍ୟାଟ୍ସମ୍ୟାନମାନେ ଖେଳିବାକୁ ସମର୍ଥ ହୋଇ ନ ଥିଲେ। ସେ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ୭ ରନ୍‌ ଦେଇ ୫ ଉଇକେଟ ନେଇଥିଲେ। ଏଥିସହ ସେ ପ୍ରଥମ ଏସୀୟ ବୋଲର ଭାବେ ଦକ୍ଷିଣ ଆଫ୍ରିକା, ଓ୍ବେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପ୍ରଥମ ଗସ୍ତରେ ହିଁ ୫ ଉଇକେଟ ନେବାର ସଫଳ ହୋଇଛନ୍ତି। ବୋଲିଂ ୟୁନିଟ୍‌ ଭାବେ ଆମେ ଭଲ ପ୍ରଦର୍ଶନ କରୁଛୁ। ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇ ଯୋଜନା କାର୍ଯ୍ୟକାରୀ କରୁଛୁ। ମୋତେ ବଲକୁ ଆଉଟ୍‌ ସୁଇଙ୍ଗ କରାଇବା ପାଇଁ ବହୁତ ଅଭ୍ୟାସ ଓ କଠିନ ପରିଶ୍ରମ କରିବାକୁ ପଡ଼ିଛି। ପୂର୍ବରୁ ମୋ ପାଖରେ କେବଳ ଇନ ସୁଇଙ୍ଗର ଥିଲା। ଏବେ ଆଉଟ୍‌ ସୁଇଙ୍ଗ ଥିବାରୁ ମୋ ଆତ୍ମବିଶ୍ୱାସ ବଢ଼ିଛି। ଇଂଲଣ୍ଡରେ ଡ୍ୟୁକ ବଲରେ ଖେଳିବା ମୋତେ ବହୁତ ସହାୟକ ହୋଇଛି ବୋଲି ମ୍ୟାଚ୍‌ ପରେ ବୁମରା କହିଛନ୍ତି। ଭାରତୀୟ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆସନ୍ତା ୩୦ ତାରିଖରୁ କିଙ୍ଗଷ୍ଟନସ୍ଥିତ ସବିନା ପାର୍କଠାରେ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ଖେଳାଯିବ।

Share